Latest Odisha News

କରୋନା ସଂକ୍ରମଣ: ପିଓକେରେ ୫୨ ପାକ୍ ସୈନିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ପାକ୍ ଅଧିକୃତ କାଶ୍ମୀର ଏବଂ ଗିଲଗିଟ୍‌-ବାଲତିସ୍ତାନରେ ନିୟୋଜିତ ପାକ୍ ସୈନିକଙ୍କ ଭିତରୁ ଏଯାଏଁ ୨୫୩୫ ଜଣ କରୋନା ଦ୍ୱାରା ସଂକ୍ରମିତ ହୋଇସାରିଥିଲାବେଳେ ସେମାନଙ୍କ ଭିତରୁ ୫୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସମୁଦାୟ ଆକ୍ରାନ୍ତଙ୍କ ଭିତରୁ ୮୨୭ ଜଣ ଏବେ ଚିକିତ୍ସିତ ହେଉଛନ୍ତି । ସୈନିକମାନେ ଅଭିଯୋଗ କରୁଛନ୍ତି ଯେ ସେନାଧିକାରୀ କରୋନା ଦ୍ୱାରା ସଂକ୍ରମିତ ହେଉଛନ୍ତି, ସେମାନଙ୍କୁ ତୁରନ୍ତ ସବୁ ପ୍ରକାର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯାଉଛି । କିନ୍ତୁ ସୈନିକମାନଙ୍କୁ ମରିବା ପାଇଁ ଆଲ୍ଲାଙ୍କ ଭରସାରେ ଛାଡି ଦିଆଯାଉଛି ।

କରୋନା ସଂକ୍ରମଣକୁ ନେଇ ପିଓକେର ସାଧାରଣ ଲୋକେ ବି ପାକ୍ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସେମାନେ ଅଭିଯୋଗ କରୁଛନ୍ତି ଯେ ପାକ୍ ସରକାର ଅନ୍ୟ ପ୍ରଦେଶରୁ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିକିତ୍ସା କରିବା ବାହାନାରେ ପିଓକେକୁ ପଠାଇଦେଉଛନ୍ତି । ଏହାଯୋଗୁ ପିଓକେରେ କରୋନା ଅଧିକ ବ୍ୟାପିବାର ସମ୍ଭାବନା ରହିଛି । ପୂର୍ବରୁ ମଧ୍ୟ ରିପୋର୍ଟ ଆସିଥିଲା ଯେ ପାକ୍ ସେନା କରୋନା ଆକ୍ରାନ୍ତ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି ।

Comments are closed.