Latest Odisha News

BREAKING NEWS

ଦକ୍ଷିଣ ଚୀନ ସାଗରରେ ଚୀନ-ଆମେରିକା ପରିସ୍ଥିତି ଉତେଜନାପୂର୍ଣ୍ଣ

ବେଜିଂ:ଦକ୍ଷିଣ ଚୀନ ସାଗରରେ ରବିବାର ଆମେରିକା-ଚୀନ ମଧ୍ୟରେ ଉତେଜନାପୂର୍ଣ୍ଣ ପରିସ୍ଥିତି ପୁନର୍ବାର ସୃଷ୍ଟି ହୋଇଛି । ସୁପର ପାୱାର ଆମେରିକା ବିବାଦୀୟ ସମୁଦ୍ର ସୀମାରେ ଯୁଦ୍ଧାଭ୍ୟାସ କରିଥିଲା । ଯାହାକୁ ଚୀନ କଡା ବିରୋଧ କରିଛି । ଏପରିକି ପରମାଣୁ କ୍ଷମତା ସମ୍ପନ୍ନ ୨ ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜ ଆମେରିକା ନିୟୋଜିତ କରିଛି । ଚୀନ ଏଥିରେ ଦବିବା ବଦଳରେ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ମାଧ୍ୟମରେ ମିସାଇଲ ଆକ୍ରମଣର ଧମକ ଦେଇଛି ।

ସମସ୍ତ ଦେଶର ଅନ୍ତର୍ଜାତୀୟ ସୀମରେଖାକୁ ସମ୍ମାନ ଦେବା ଆମର କର୍ତବ୍ୟ । ଚୀନ ବାରମ୍ବାର ଏଥିରେ ବ୍ୟତିକ୍ରମ ଦେଖାଉଛି । ସମସ୍ତ ପ୍ରକାର ପରିସ୍ଥିତି ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.