ଭୁବନେଶ୍ୱର: ରାଜ୍ୟରେ ବିଗୁଡୁଛୁ ପରିସ୍ଥିତି । ସୋମବାର ଆଉ ୨ ଜଣଙ୍କ ମୁଣ୍ଡ ନେଇଛି କରୋନା । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଯାଜପୁରରେ ପ୍ରଥମ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହି ବ୍ୟକ୍ତିଙ୍କ ବୟସ ୬୪ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପୀଡିତ ଥିଲେ। ଏହାସହ ଆଉ ଏକ ନୂଆ ମୃତ୍ୟୁ ସହ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି । ମୃତ ବ୍ୟକ୍ତିଙ୍କ ବୟସ ୭୭ ବର୍ଷ ହୋଇଥିବା ବେଳେ ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ରବିବାର ଦିନ ସୁନ୍ଦରଗଡ ଏବଂ ଗଜପତି ଜିଲ୍ଲା ଓଡିଶାର କରୋନା ଡେଥ ଲିଷ୍ଟରେ ଯୋଡି ହୋଇଥିବା ବେଳେ ଆଜି ଆୟ ଏକ ଜିଲ୍ଲା ଯୋଡି ହୋଇଛି । ଏହାପୂର୍ବରୁ ଏହି ଭୂତାଣୁ ଖୋର୍ଦ୍ଧାରେ ୭ ଜଣ, କଟକରେ ୪ ଜଣ ଏବଂ ପୁରୀ, ଅନୁଗୁଳ ଏବଂ ବରଗଡ ଜିଲ୍ଲାରେ ଜଣେ ଲେଖାଏଁ ବ୍ୟକ୍ତିଙ୍କର ମୁଣ୍ଡ ନେଇ ସାରିଛି ।
BREAKING NEWS
- ଆସନ୍ତକାଲି ନାମାଙ୍କନ ଦାଖଲର ଶେଷ ତାରିଖ, ଆଜି କଂଗ୍ରେସ ଘୋଷଣା କରିବ ଆମେଠି ଓ ରାୟବରେଲି ଲୋକସଭା ଆସନର ପ୍ରାର୍ଥୀ
- ନବୀନ କଣ୍ଟାବାଞ୍ଜି ଆସନ ପାଇଁ ଭରିବେ ନାମାଙ୍କନ
- ଏଥର ୩୦୦ ପାର୍, ବୋଲରଙ୍କ ନିଦ ହଜାଉଛନ୍ତି ବ୍ୟାଟର୍ !
- ସ୍ୱପ୍ନ ସାକାର କରିବା ପାଇଁ ପନ୍ତ ଛାଡି ଦେଇଥିଲେ ରସମଲେଇ, ଚିକେନ, ବିରିୟାନୀ ଖାଇବା
- ନିର୍ବାଚନ ବେଳେ ରାହୁଲଙ୍କୁ ପାକିସ୍ତାନର ପୂର୍ବତନ ମନ୍ତ୍ରୀଙ୍କ ପ୍ରଶଂସା, କଡା ଜବାବ ଦେଲା ବିଜେପି
- ସାଧାରଣ ନିର୍ବାଚନ ୨୦୨୪: ବିଜେପୁର ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ବିଭିନ୍ନ ଦଳର ପ୍ରାର୍ଥୀ
- ମମତାଙ୍କ ଦଳ ଖରାପ? ଅଧୀର ରଞ୍ଜନ କହିଲେ ଟିଏମସିକୁ ଭୋଟ୍ ଦେବା ଅପେକ୍ଷା ବିଜେପିକୁ ଦେବା ଭଲ
- ଟି୨୦ ବିଶ୍ୱକପ: ଏବେ ବି ରିଙ୍କୁ, ରାହୁଲ, ରିତୁରାଜଙ୍କ ନିକଟରେ ରହିଛି ସୁଯୋଗ
- ଥାନା ପରିସରରେ ପଡ଼ି ରହିଥିବା ଶହ ଶହ ଗାଡିର ହେଲା ନିଲାମ
- କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେଲେ ଦୁଲାଲ, ବଦଳିଯିବ କଂଗ୍ରେସର ଗଣିତ?