ବେଜିଂ: ଚୀନ ଲୋକଙ୍କ ନିରୀହ ଜନ୍ତୁଙ୍କୁ ମାରି ଖାଇବା ପ୍ରବୃତି ଏବେ ମାଂସ କାରୋବାରକୁ ସେଠାରେ ବଢ଼ାଇଦେଇଛି । ଆୟ କରିବା ଲୋଗରେ ଗୋଟିଏ ପରେ ଗୋଟିଏ ରୋଗ କିଣୁଛନ୍ତି ଚୀନବାସୀ । କରୋନା ମହାମାରୀ ଯାଇ ନ ଥିବା ବେଳେ ସେଠାରେ ଏବେ ମାରାତ୍ମକ ବ୍ୟୁବୋନିକ୍ ପ୍ଲେଗ୍ ରୋଗ ଦେଖାଦେଇଛି । ୨୭ ଓ ୧୭ ବର୍ଷ ଦୁଇଜଣ ଯୁବକ ଏହି ରୋଗରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସ୍ଥାନୀୟ ପ୍ରଶାସନ ସମସ୍ତଙ୍କୁ ଆଲର୍ଟ କରିଛି । ବିଶେଷ କରି ମଙ୍ଗୋଲିଆ ଅଂଚଳରେ ପ୍ଲେଗକୁ ରୋକିବା ପାଇଁ ସରକାର କେତେକ କଟକଣା ଜାରି କରିଛନ୍ତି । ସେଠାରେ ଏବେ ଲେଭେଲ-୩ ସତର୍କ ସୂଚନା ଜାରି କରାଯାଇଛି । ୨୦୨୦ ପର୍ଯ୍ୟନ୍ତ ଏହା ବଳବତର ରହିବ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୂଚନା ଅନୁଯାୟୀ, ଏହି ବ୍ୟୁବୋନିକ ପ୍ଲେଗ ଏକ ଭୁତାଣୁ ଜନିତ ରୋଗ। ଏହା କଞ୍ଚା ମାଂସରୁ ବ୍ୟାପିଥାଏ। ବିଶେଷ କରି ମାରମୋଟ୍ ଏହାର ବାହାକ ହୋଇଥାଆନ୍ତି। ଏହା ପ୍ରାପ୍ତ ବୟସ୍କଙ୍କୁ ବି ମାତ୍ର ୨୪ ଘଣ୍ଟା ମଧ୍ୟରେ ମାରିବାର କ୍ଷମତା ରଖିଛି। ତେବେ ଉପଯୁକ୍ତ ଚିକିତ୍ସା ଓ ସତର୍କ ଦ୍ୱାରା ଏହାର ମୁକାବିଲା କରାଯାଇ ପାରିବ ବୋଲି ସଂଗଠନ କହିଛି। ଗତବର୍ଷ କଞ୍ଚା ମାରମୋଟ୍ ମାଂସ ଖାଇ ୱେଷ୍ଟର୍ଣ୍ଣ ମୋଙ୍ଗୋଲିଆରେ ଜଣେ ଦମ୍ପତି ପ୍ରାଣ ହରାଇଥିଲେ।

Comments are closed.