Latest Odisha News

BREAKING NEWS

ନାବାଳିକା ଦୁଷ୍କର୍ମ, ଗର୍ଭପାତ ଘଟଣା: ଜେଲ୍ ଗଲେ ବୀରମିତ୍ରପୁର ଆଇଆଇସି

ସୁନ୍ଦରଗଡ଼: ନାବାଳିକା ଦୁଷ୍କର୍ମ, ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନାର ଆଇଆଇସି ଆନନ୍ଦ ଚନ୍ଦ୍ର ମାଝୀଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସୋମବାର ଦିନ ସ୍ୱତନ୍ତ୍ର ପୋକସୋ (ପ୍ରୋଟେକ୍ସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନ୍ସ) କୋର୍ଟ ଶ୍ରୀ ମାଝୀ ଗିରଫ ହେବା ପରେ ଜୁଲାଇ ରିମାଣ୍ଡ ପ୍ରଦାନ କରିବା ସହିତ ବିଚାର ବିଭାଗୀୟ ହାଜତରେ ଜୁଲାଇ ୧୮ ପର୍ଯ୍ୟନ୍ତ ରହିବା ନେଇ ସୂଚନା ମିଳିଛି ।

ଅଧିକ ପଢନ୍ତୁ: ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଏଠାରେ ସୂଚନାଯୋଗ୍ୟ, କ୍ରାଇମବ୍ରାଞ୍ଜ ଜୁଲାଇ ୧ରେ ନାବାଳିକ ଦୁଷ୍କର୍ମ ଏବଂ ବଳପୂର୍ବକ ଗର୍ଭପାତ କରାଇବା ଅଭିଯୋଗରେ ଶ୍ରୀ ମାଝୀଙ୍କୁ ଗିରଫ କରିଥିଲା । ଓଡ଼ିଶା ଡିଜିପି ଅଭୟଙ୍କ ଦ୍ୱାରା ସେ ଚାକିରିରୁ ବହିଷ୍କୃତ ହୋଇଥିଲେ ।

ଶ୍ରୀ ମାଝୀ ଗିରଫ ହେବାପରେ ସ୍ୱତନ୍ତ୍ର ପୋକସୋ ଅଦାଲତରେ ହାଜର ହେବା ଲାଗି ସ୍ଥାନୀୟ କୋର୍ଟରୁ ୪ ଦିନ ଲାଗି ରିମାଣ୍ଡରେ ନେବାକୁ ପୋଲିସ ଅନୁମତି ପାଇଥିଲେ ।

ପୋକସୋ ଅଦାଲତ ତାଙ୍କର ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଥିଲେ ।

Leave A Reply

Your email address will not be published.