Latest Odisha News

BREAKING NEWS

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର । କରୋନା ଭାଇରସ ଯୋଗୁଁ ଏହି ଫିଲ୍ମକୁ ଥିଏଟର ନୁହେଁ ବରଂ ଅନ୍‌ଲାଇନ୍ ଡିଜ୍‌ନୀ ପ୍ଲସ୍ ହଟ୍‌ଷ୍ଟାରରେ ଆସନ୍ତା ୨୪ ଜୁଲାଇରେ ରିଲିଜ ହେବ ।

ଏହି ଫିଲ୍ମର ଲିଡ୍ ରୋଲ୍‌ରେ ସୁଶାନ୍ତ ସିଂ ରାଜପୁତ ଥିବା ବେଳେ ତାଙ୍କ ଅପଜିଟରେ ଅଛନ୍ତି ନବାଗତା ସଂଜନା ସଂଘି । ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମଟି ଚର୍ଚ୍ଚିତ ନୋବେଲ୍ ‘ଦ ଫଲ୍ଟ ଇନ୍ ଆୱାର୍ ଷ୍ଟାର’ ଉପରେ ଆଧାରିତ । ଏହାର ନିର୍ଦ୍ଦେଶନା ଦେଇଛନ୍ତି ମୁକେଶ ଛାବରା ।

ଫିଲ୍ମଟିର ଟ୍ରେଲର ରିଲିଜ ହେବାର କିଛି ସମୟ ମଧ୍ୟରେ ୟୁଟ୍ୟୁବ୍‌ରେ ଭାଇରାଲ ହେବାରେ ଲାଗିଛି । କାରଣ ସୁଶାନ୍ତ ସିଂଙ୍କ ପ୍ରଶଂସକମାନେ ଏହି ଫିଲ୍ମର ଟ୍ରେଲରକୁ ଦେଖିବା ପାଇଁ ବେଶ୍ ଇତ୍ସୁକ ଥିଲେ । ଏଥିସହ ଟ୍ୱଇଟ୍‌ରେ ‘ଜଷ୍ଟିସ ଫର୍ ସୁଶାନ୍ତ’ ଭଳି ‘ଦିଲ୍ ବେଚରା’ ମଧ୍ୟ ଟ୍ରେଣ୍ଡିଂରେ ରହିଛି।

ସୂଚନା ଯୋଗ୍ୟ ଯେ, ଗତ ଜୁନ୍ ୧୪ ତାରିଖରେ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ଅଭିନେତା ସୁଶାନ୍ତ ସିଂ ରାଜପୁତ । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କରିଥିଲେ ତାକୁ ନେଇ ସସ୍‌ପେନ୍ସ ଜାରି ରହିଛି । ସେପଟେ ତାଙ୍କ ଫ୍ୟାନ୍‌ମାନେ ଓ ତାଙ୍କର ଅନ୍ୟ କେତେକ ନିକଟ ସମ୍ପର୍କୀୟ ତାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ।

Comments are closed.