Latest Odisha News

BREAKING NEWS

ଆସନ୍ତାକାଲିଠୁଁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର: ଆଉଟ ଷ୍ଟିଲ୍ (ଓଏସ) ମଦ ଏବଂ ଇଏନଏ ଦେଶୀ ମଦ (ସିଏଲ) ବିକ୍ରି ଲାଗି ଆସନ୍ତାକାଲିଠାରୁ ଓଡ଼ିଶାର ମଦ କାଉଣ୍ଟର ଗୁଡ଼ିକରେ ଉପଲବ୍ଧ ହେବାନେଇ ଅବକାରୀ ବିଭାଗ ସୋମବାର ଦିନ ସୂଚନା ପ୍ରଦାନ କରିଛି ।

ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ସୂଚନାଦେଇ କୁହାଯାଇଛି ଯେ, ହୋମ୍ ଡେଲିଭରି ସହିତ ରାଜ୍ୟର ମଦ କାଉଣ୍ଟର ଗୁଡ଼ିକରେ ବିକ୍ରୀ ଲାଗି ଉପଲବ୍ଧ ହେବ । ଏହି ମଦ କାଉଣ୍ଟର ଗୁଡ଼ିକ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ରହିଥିବା ମଦ କାଉଣ୍ଟର ଗୁଡ଼ିକ ଖୋଲା ରହିବ ନାହିଁ ।

ଏଠାରେ ଉଲ୍ଲେଖଯୋଗ୍ୟ, ଜୁନ ୨୯ ତାରିଖରେ ରାଜ୍ୟ ସରକାର ଅଧିକୃତ ବିକ୍ରେତାମାନେ ଲାଇସେନ୍ସପ୍ରାପ୍ତ ଦେଶୀ ମଦର ହୋମ୍ ଡେଲିଭରି କରିବାକୁ ଅନୁମତି ପ୍ରଦାନ କରିଥିଲେ ।

ସେହିପରି ଭାବେ ଜୁଲାଇ ୧ ତାରିଖରୁ ଲାଇସେନ୍ସ ପ୍ରାପ୍ତ ଅଫ ଓ ଅନ୍ ମଦ ଦୋକାନ ଗୁଡ଼ିକରେ ଆଇଏମଏଫଏଲ ମଦ ବିକ୍ରି କରିବାକୁ ଜୁନ ୩୦ରେ ଅନୁମତି ପ୍ରଦାନ କରିଥିଲେ ।

Leave A Reply

Your email address will not be published.