ନବରଙ୍ଗପୁର: କୋଭିଡ ହସ୍ପିଟାଲରୁ ଛୁ ମାରିଲେ କରୋନା ରୋଗୀ । ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରୁ କାନ୍ଥ ଡେଇଁ ଜଣେ କରୋନା ସଂକ୍ରମିତ ଚମ୍ପଟ ମାରିଛନ୍ତି । ଆକ୍ରାନ୍ତଙ୍କ ଫେରାର ନେଇ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଛି । ଥାନାରେ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏତଲା ଦେଇଛନ୍ତି । ଏନେଇ ଜିଲ୍ଲାପାଳ ଅଜିତ ମିଶ୍ରଙ୍କ ପକ୍ଷରୁ ସୂଚନା ମିଳିଛି ।
ଗତ ୩ ତାରିଖରେ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ଅନ୍ତର୍ଗତ ବେନୋରାଜାନୀପାରା ଗ୍ରାମର ଦାମୋଦର ଜାନୀଙ୍କ କରୋନା ପଜିଟିଭ ରିପୋର୍ଟ ଆସିଥିଲା । ପରେ ଜିଲ୍ଲା ପ୍ରଶାସନ ତାଙ୍କୁ ଘରୁ ଆଣି ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲ ରେ ରଖି ଚିକିତ୍ସା ଚଳାଇଥିଲା କ୍ଷ ତେବେ ଗତକାଲି ସେ ହସ୍ପିଟାଲରୁ କାନ୍ଥ ଡେଇଁ କେଉଁଆଡେ ଚାଲିଯାଇଥିବା ଜଣାପଡିଛି ।
Comments are closed.