Latest Odisha News

BREAKING NEWS

ଆଶ୍ଚର୍ଯ୍ୟଜନକ ଭାବେ ଗଛରୁ ଝରୁଛି ପାଣି; ଗଛମୂଳେ ଗ୍ରାମବାସୀଙ୍କ ପୂଜାର୍ଚ୍ଚନା

କରାତୁଳି/ପୋଲସରା: ଗଂଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ଘୋଡ଼ାପଲାଣ ପଞ୍ଚାୟତରେ କରାତୁଳି ଗ୍ରାମରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା ।  ବାଘୁଆ ନଦୀ କୂଳରେ ଥିବା ଏକ ବଣ ପାଳଧୁଆ ଗଛରେ କୈଣସି ଏକ ଅଲୌକିକ ଶକ୍ତି ମାଧ୍ୟମରେ ଗଛରୁ ପାଣି ବାହୁରୁ ଥିବା ଭଳି ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ଉକ୍ତ ଗ୍ରାମବାସୀମାନେ ସେହି ଗଛ ନିକଟରେ ପୂଜାର୍ଚ୍ଚନା କରିବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିବା ବେଳେ  ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳୁଛି ।
କରାତୁଳି ଗ୍ରାମରେ ବଣ ପାଳଧୁଆ  ଗଛରେ ୧୫ ଦିନ ହେଲା  ପାଣି ଝରୁ ଥିବା ନେଇ ଚର୍ଚ୍ଚା ହୋଇ ଥିବା ବେଳେ ବହୁ ଶ୍ରଦ୍ଧାଳୁ ଏହି ଗଛ ପାଖକୁ ଆସି  ଝରୁଥିବା ପାଣିକୁ ହାତରେ ନେଇ ଶ୍ରଦ୍ଧାର ସହ ପୂଜାର୍ଚ୍ଚନା କରୁଛନ୍ତି  ।
ଉକ୍ତ ଅଲୌକିକ ଘଟଣା ନେଇ  ଗ୍ରାମବାସୀ ମାନେ ଗଛ ସମ୍ମୁଖରେ ଘଣ୍ଟା ମୃଦଙ୍ଗ ବଜାଇବା ସହ  ହରିବୋଲ ହୁଳହୁଳି ପକାଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଏହି ଘଟଣାର କୁ ନେଇ ଗଛକୁ ପୂଜା କରୁଥିବା   ପୁଜାରୀ ପ୍ରତକ୍ଷଦର୍ଶି ଭାବେ ଏହା ଦେବୀ ମାଁ ଙ୍କ ଅଲୌକିକ ଶକ୍ତି ଦ୍ବାରା ହିଁ ଏହି ଗଛରୁ ପାଣି ବାହାର ଥିବା କହୁ ଥିବା ବେଳେ  ଶ୍ରଦ୍ଧାଳୁମାନେ ଏହାକୁ ଦେବୀଙ୍କ  ଅଲୌକିକ ଶକ୍ତିର ଚମତ୍କାରିତା ବୋଲି କହିଛନ୍ତି  ।
Leave A Reply

Your email address will not be published.