Latest Odisha News

ହ୍ୟୁମାନ ସାଗରଙ୍କ ନାଁରେ ଛେଣ୍ଡିପଦା ଥାନାରେ ଅଭିଯୋଗ

ଛେଣ୍ଡିପଦା : ପୁଣି ନିଜ ଗୀତକୁ ନେଇ ବିବାଦରେ ଫସିଛନ୍ତି ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଝିଅ ନୁହେଁ ତୁ କରୋନା ଭାଇରସ୍ ଗୀତ ଗାଇ ବିବାଦୀୟ ହୋଇଥିବା ହ୍ୟୁମାନ ଏବେ ଗାଇଛନ୍ତି ଛେଣ୍ଡିପଦା ରାଣୀ ଗୀତ । ଯାହାକୁ ନେଇ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଛେଣ୍ଡିପଦା ଥାନାରେ ହ୍ୟୁମାନ ସାଗରଙ୍କ ନାଁରେ ମାମଲା ଦାୟର ହୋଇଛି । ଏତଲା ଦେଇଛି ଛେଣ୍ଡିପଦା ଯୁବ ମଞ୍ଚ । ଅଭିଯୋଗ ହୋଇଛି ଗୀତରେ ଛେଣ୍ଡିପଦା ନାରୀ ସମାଜର  ଅପପ୍ରଚାର କରାଯାଇଛି । ହ୍ୟୁମାନ ସାଗରଙ୍କ ସମେତ ଛେଣ୍ଡିପଦା ରାଣୀ ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନା ସଂସ୍ଥା,  ସଂଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଗିରଫ ଦାବି କରିଛି ଛେଣ୍ଡିପଦା ଯୁବ ମଞ୍ଚ । କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତେଇ ଦେଇଛି ଯୁବ ମଞ୍ଚ ।

Leave A Reply

Your email address will not be published.