ଆମେରିକାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ହୋଇଯାଇଛି ଶ୍ରୀଜିଙ୍କ ଘୋଷଯାତ୍ରା । ଫ୍ରେମଣ୍ଟ ହିନ୍ଦୁ ମନ୍ଦିରରେ କରୋନା କଟକଣା ଭିତରେ ନିରାଡମ୍ବର ଭାବରେ ମହାପ୍ରଭୁଙ୍ଗ ରଥଯାତ୍ରା ଆୟୋଜିତ ହୋଇଥିଲା । ଜୁନ୍ ୨୭ ତାରିଖରେ ରଥଯାତ୍ରା ଓ ଜୁଲାଇ ୪ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ରଥଯାତ୍ରାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ତେବେ ଚଳିତବର୍ଷ କରୋନା ମହାମାରୀ ଯୋଗୁ ଉତ୍ସବ ଫିକା ପଡ଼ିଥିଲା ।
ମାତ୍ର ୨୦ ଜଣ ଭକ୍ତଙ୍କ ଭିତରେ ହୋଇଥିଲା ରଥଯାତ୍ରା । ସମସ୍ତେ ମାନିଥିଲେ ସାମାଜିକ ଦୂରତା ନିୟମ ଓ ମାସ୍କ ପିନ୍ଧିଥିଲେ । ଯେଉଁମାନେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇ ପାରିନଥିଲେ ସେମାନଙ୍କ ପାଇଁ ସିଧାପ୍ରସାରଣ ବ୍ୟବସ୍ଥା ହୋଇଥିଲା । ସେଠାରେ ରହୁଥିବା ପାଖାପାଖି ସାତ ହଜାରରୁ ଅଧିକ ଜଗନ୍ନାଥ ଭକ୍ତ ଟିଭି, ମୋବାଇଲ୍ ଓ ଲାପଟପ ଯୋଗେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହି ମହାନ ଯାତ୍ରାରେ ନିଜରୁ ସାମିଲ କରିଥିଲେ ।
କୋଭିଡ୍ କଟକଣା ଭିତରେ ରଥଯାତ୍ରାର ସମସ୍ତ ବିଧି, ପରମ୍ପରା ଓ ରୀତିନୀତି କରାଯାଇଥିଲା । ଶ୍ରୀଜିଉମାନଙ୍କର ପହଣ୍ଡି, ଛେରା ପହଁରା ଓ ରଥଟଣା କାର୍ଯ୍ୟ ସୁରୁଖୁରୁରେ ସମ୍ପାଦିତ ହୋଇଥିଲା । ଏସବୁ କାମରେ ମାତ୍ର ୨୦ ଜଣ ଭକ୍ତ ସାମିଲ ହୋଇଥିଲେ । ସେହିପରି କଟକଣା ଭିତରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ।
ଫ୍ରେମଣ୍ଟ ମନ୍ଦିରରେ ଦୀର୍ଘ ୨୬ ବର୍ଷ ହେବ ଆୟୋଜିତ ହୋଇ ଆସୁଛି ରଥଯାତ୍ରା । ତେବେ ଚଳିତବର୍ଷ କରୋନା ଯୋଗୁ ନିଆରା ଢଙ୍ଗରେ ସମସ୍ତେ ରଥଯାତ୍ରା ଦେଖିଲେ । ଘରେ ରହି ସୁରକ୍ଷିତ ଭାବରେ ରଥଯାତ୍ରାରେ ନିଜକୁ ସାମିଲ କରିଥିଲେ ସେଠାରେ ରହୁଥିବା ଓଡ଼ିଆ । ଜଗତର ନାଥଙ୍କୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଏ ଦିଗରେ ସମସ୍ତେ ସହଯୋଗ କରିଥିଲେ । ଏଥିପାଇଁ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି ଫ୍ରେମଣ୍ଟ ମନ୍ଦିର ଅଧ୍ୟକ୍ଷ ।
BREAKING NEWS
- ମିଥୁନ ରାଶିକୁ ୧୨ ବର୍ଷ ପରେ ଆସିବେ ବୃହସ୍ପତି; ୫ ରାଶିଙ୍କ ଫିଟିବ ଭାଗ୍ୟ
- ରାଜଗିରରେ ଆୟୋଜିତ ହେବ ଏସିଆ କପ୍ ୨୦୨୫; ୨୯ଅଗଷ୍ଟରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ
- ଚଳିତ ସିଜନରେ ମୁମ୍ବାଇର ପ୍ରଥମ ବିଜୟ ହାସଲ
- ଜମ୍ମୁ-କଶ୍ମୀରର କଠୁଆରେ ପୁଣି ଗୁଳିବିନିମୟ: ସେନା ଜାଲରେ ଫସିଗଲେ ୩ ଆତଙ୍କବାଦୀ !
- ବାପାଙ୍କୁ ହରାଇଥିଲେ, କ୍ରିକେଟ ପଡ଼ିଆକୁ ଫେରିବାର ସମ୍ଭାବନା କମ୍ ଥିଲା; ଏବେ ଦୁନିଆ କରୁଛି ଚର୍ଚ୍ଚା
- ଗରମରେ ବିଦ୍ୟୁତ ସଙ୍କଟ ବଢ଼ାଇଲା ଚିନ୍ତା: ଗାଁଠୁ ସହର ସବୁଠି ଚୁ, ଚା…
- ଆସିଲା ଖୁସି ଖବର! ପିଏଫ୍ ଉଠାଣ ସୀମା ୫ ଲକ୍ଷକୁ ବୃଦ୍ଧି
- ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା, ୨ ବର୍ଷ ପରେ ଅଭିଯୁକ୍ତ ସାଙ୍ଗ ଗିରଫ
- ଦଙ୍ଗା କରେ ଗୋଟିଏ ରାଜନୈତିକ ଦଳ !
Comments are closed.