Latest Odisha News

BREAKING NEWS

ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ କରାଯିବ । ଏହି ପ୍ଲାନରେ ମୋବାଇଲ ଭ୍ୟାନ ଯୋଗେ ବରିଷ୍ଠ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଦିଆଯିବ । ଏହାସହ ଅନ୍ୟ ୫ ପ୍ରକାରରେ ସେବା ଯୋଗାଇବା ପାଇଁ ଯୋଜନା ରଖାଯାଇଛି । ଏଥିପାଇଁ ୯କୋଟିରୁ ଉଦ୍ଧ୍ୱର୍ ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଜ୍ୟର ପ୍ରାୟ ୧୦ଲକ୍ଷ ବରିଷ୍ଠ ନାଗରିକ ଏଥିରେ ଉପକୃତ ହେବେ । ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାର ଏହି ସ୍ୱତନ୍ତ୍ର ଯୋଜନା କରିଛନ୍ତି ।

ଅକ୍ଟୋବରରୁ ବରିଷ୍ଠ ନାଗରିକଙ୍କ ପାଇଁ ଏହି ଆକ୍ସନ ପ୍ଲାନର ହେଲ୍ପ ଲାଇନ ନମ୍ବର ଲାଗୁ କରାଯିବ । ଏହି ନମ୍ବରରେ ବରିଷ୍ଠ ନାଗରିକମାନେ ନିଜ ସମସ୍ୟା ଅବଗତ କରିପାରିବେ । ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ସହମତି ପ୍ରଦାନ କରିଛନ୍ତି । ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.