Latest Odisha News

BREAKING NEWS

ରେଳ ଧାରଣାରୁ ମିଳିଲା ସମାଜସେବୀ ଆଦିତ୍ୟ ଦାଶଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ: କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟ ଦାଶଙ୍କ ଦେହାନ୍ତ । ବୁଧବାର ସକାଳୁ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନରୁ ଆଦିତ୍ୟଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ଜି.ଆର.ପି । ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ।

ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ମାହିର୍ ଥିଲେ ଆଦିତ୍ୟ । ସୋସିଆଲ୍ ମିଡିଆରେ ତାଙ୍କ କାର୍ଯ୍ୟକୁ ଦେଖି ଅନୁପ୍ରାଣିତ ହେଉଥିଲେ ଯୁବବର୍ଗ। ମଣିଷର ମନ କଥା ବୁଝୁଥିବା ମଣିଷଟିଏ ଆଦିତ୍ୟ ଓରଫ ମାନବ ଦାଶ । ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ ଫର୍ ସେବା’ ଫାଉଣ୍ଡେସନର ସେ ଥିଲେ ଅଧ୍ୟକ୍ଷ । ଆବଶ୍ୟକ ସମୟରେ ଅସହାୟଙ୍କ ନିକଟରେ ଛିଡ଼ା ହେଉଥିଲେ ଆଦିତ୍ୟ । ହେଲେ କିଏ ଜାଣିଥିଲା ତାଙ୍କ ପାଇଁ ମୃତ୍ୟୁ ଏମିତି ଅପେକ୍ଷା କରିଛି ବୋଲି । ବିବାହକୁ ଏକ ମାସ ମଧ୍ୟ ପୁରି ନଥିବା ବେଳେ ଆଦିତ୍ୟଙ୍କ ଏଭଳି ଆକସ୍ମିକ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ଆତ୍ମୀୟସ୍ଵଜନ ।

ମିଳିଥିବା ସୂଚନା ଅନୁସାରେ, ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ଉଦ୍ଧାର ହୋଇଛି ଆଦିତ୍ୟଙ୍କ ମୃତଦେହ । ଏହା ଏକ ହତ୍ୟା କି ଆତ୍ମହତ୍ୟା ତାହା ଏବେବି ଅସ୍ପଷ୍ଟ ।

ଆତ୍ମହତ୍ୟା ଜୀବନର ଶେଷ ବିକଳ୍ପ ନୁହେଁ ବୋଲି ନିଜ ସୋସିଆଲ ମିଡିଆ ସାଇଟରେ ଲେଖି ଯୁବପିଢିଙ୍କୁ ଏଥିରୁ ନିବୃତ୍ତ ରହିବାକୁ ପ୍ରେରଣା ଦେଉଥିବା ବ୍ୟକ୍ତି ଯେ ଏପରି ମରଣକୁ ଆପଣେଇ ନେବ ତାହା ଗ୍ରହଣ କରିବାକୁ ଟିକେ ଅସହଜ ଲାଗୁଛି ।

Leave A Reply

Your email address will not be published.