ଭୁବନେଶ୍ୱର: ରାଜ୍ୟରେ ହୁ ହୁ ବଢ଼ି ଚାଲିଛି କରୋନା । ସଂକ୍ରମିତଙ୍କ ସଂଖ୍ୟାରେ ଲାଗୁନି ବ୍ରେକ୍ । ଏହାକୁ ନଜରରେ ରଖି ପୂର୍ବତଟ ରେଲୱେ ତିନୋଟି ସ୍ପେଶାଲ ଟ୍ରେନ୍ ଚଳାଚଳ ବାତିଲ କରିଛି । ରାଜ୍ୟ ରାଜ୍ୟ ଭିତରେ ଚାଲୁଥିବା ତିନୋଟି ସ୍ୱତନ୍ତ୍ର ଟ୍ରେନ୍ ସମ୍ବଲପୁର-ଖୋର୍ଦ୍ଧା ରୋଡ୍-ସମ୍ବଲପୁର ଏକ୍ସପ୍ରେସ୍, ଭୁବନେଶ୍ୱର-ଭଦ୍ରକ ଏକ୍ସପ୍ରେସ ଓ ଭୁବନେଶ୍ୱର-ବ୍ରହ୍ମପୁର ଏକ୍ସପ୍ରେସକୁ ପୂର୍ବତଟ ରେଲୱେ ପକ୍ଷରୁ ବାତିଲ କରାଯାଇଛି । ଆସନ୍ତା ୧୦ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି ତିନୋଟି ଟ୍ରେନ୍ ଚଳାଚଳ ବନ୍ଦ ରହିବ । ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
BREAKING NEWS
- ଓ୍ବାକଫ୍ ବିଲ୍ ବିରୋଧରେ ରାସ୍ତାକୁ ଓହ୍ଲାଇଲା ବିଜେଡି
- ଦୁର୍ଘଟଣାରୁ ବଞ୍ଚାଇଥିବା ବ୍ୟକ୍ତିଙ୍କୁ ସ୍ପେଶାଲ ଗିଫ୍ଟ ଦେଲେ ପନ୍ତ
- ଭାରତର ନିର୍ବାଚନ ପ୍ରକ୍ରିୟାକୁ ପ୍ରଶଂସା କଲେ ମସ୍କ
- ଖୋଲିଲା ରହସ୍ୟ, ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଆସିଛନ୍ତି ଯୁବତୀ ଜଣଙ୍କ
- ‘ଯୁବବର୍ଗଙ୍କ ପ୍ରାଣରେ ଅନୁଶାସନ, ନେତୃତ୍ଵ ଓ ସେବା ଭାବନା ଭରିଥାଏ ଏନସିସି’
- ଖାତାକୁ ଗଲା ସୁଭଦ୍ରାର ତୃତୀୟ ଦଫା ଟଙ୍କା
- ଫଲୋଅର୍ସ ୫୦ ଲକ୍ଷରୁ ଅଧିକ, ମାତ୍ର ୧୫୫ରେ ହାରିଲେ ନିର୍ବାଚନ
- ଆସନ୍ତାବର୍ଷ ସୁଦ୍ଧା ରାଜନୀତିରେ ପଶିବେ ୧ ଲକ୍ଷରୁ ଅଧିକ ଯୁବବର୍ଗ: ମୋଦୀ
- ଜୈସୱାଲଙ୍କୁ ସାରା ଭାରତ କହୁଛି ଯଶସ୍ୱୀ ହୁଅ
- ଜାନୁଆରୀ ୩୧ ସୁଦ୍ଧା ସରିବ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା: ଆଇନ ମନ୍ତ୍ରୀ
Comments are closed.