Latest Odisha News

BREAKING NEWS

ସୁଶାନ୍ତଙ୍କ ଦିଲ ବେଚାରା ୟୁଟ୍ୟୁବରେ ଚହଳ ପକାଉଛି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ପରଲୋକରେ ଥିଲେ ମଧ୍ୟ ତାଙ୍କ ପ୍ରଶଂସକ ଏବେ ମଧ୍ୟ ତାଙ୍କୁ ମନେ ରଖିଛନ୍ତି । ଦିଲ ବେଚାରା ଟ୍ରେଲରରୁ ଏହା ସ୍ପଷ୍ଟ ପ୍ରମାଣିତ । ମାତ୍ର ୨୪ ଘଂଟା ମଧ୍ୟରେ ଏହା ୟୁଟ୍ୟୁବରେ ରେକର୍ଡ ସଂଖ୍ୟକ ଦର୍ଶକ ଜୁଟାଇଛି କହିଲେ ଭୁଲ ହେବନି । ସୋମବାର ଅପରାହ୍ନ ୪ଟାରେ ଏହା ୟୁଟ୍ୟୁବରେ ଅପଲୋଡ ହୋଇଥିଲା ଏବେ ସୁଦ୍ଧା ପାଖାପାଖି ୫.୫ ମିଲିୟନ ଲାଇକ୍ସ ଟ୍ରେଲରକୁ ମିଳି ସାରିଲାଣି । ଏହା ପୂର୍ବରୁ ହଲିଉଡ ଫିଲ୍ମ ଆଭେଞ୍ଜର୍ସ ଇନଫିନିଟି ୱାରକୁ ୩.୬ ମିଲିୟନ ଓ ଆଭେଞ୍ଜର୍ସ ଏଣ୍ଡଗେମକୁ ୩.୨ ମିଲିୟନ ଲାଇକ୍ସ ମିଳିଥିଲା ।

ସୁଶାନ୍ତଙ୍କ ଫିଲ୍ମର ଟ୍ରେଲରକୁ ୨୫ ମିଲିୟନ ଥର ଦେଖା ସରିଲାଣି । ୨୪ ଜୁଲାଇରେ ଓଟିଟି ଫ୍ଲାଟଫର୍ମ ଡଜନୀ ହଟଷ୍ଟାରରେ ଏହା ଷ୍ଟ୍ରିମ ହେବ । ଫିଲ୍ମର ନିର୍ଦ୍ଦେଶନା ମୁକେଶ ଛାବଡା ଦେଇଛନ୍ତି ।

Leave A Reply

Your email address will not be published.