Latest Odisha News

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ନକ୍ସଲ

ପାଟଣା: ବିହାର ରାଜ୍ୟରେ ପଶ୍ଚିମ ଚମ୍ପାରଣ ଜିଲ୍ଲା ବହଗା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ।
ସଶସ୍ତ୍ର ସୁରକ୍ଷା ବାହିନୀ ଓ ସ୍ପେଶାଲ ଟାସ୍କଫୋର୍ସର ମିଳିତ ଏନ୍‌କାଉଣ୍ଟରରେ ପ୍ରାଣ ହରାଇଛନ୍ତି ୪ ନକ୍ସଲ।

ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ପକ୍ଷରୁ କମ୍ବିଂ ଅପରେସନ ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ‌ ଉପରକୁ ପ୍ରଥମେ ଆକ୍ରମଣ କରିଥିଲା। ଏହାର ପାଲଟା ଜବାବରେ ସୁରକ୍ଷାବଳ ପକ୍ଷରୁ ମଧ୍ୟ ଆଖିବୁଜ ଗୁଳି ଚାଳନା ହୋଇଥିଲା । ବହୁ ସମୟ ଧରି ଗୁଳି ବିନିମୟ ଜାରି ରହିଥିଲା । ଏଥିରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି।

ଏହାସହ ସ୍ଥାନୀୟ ଲୋକାରିଆ ପୋଲିସ ଘଟଣାସ୍ଥଳରୁ ବହୁ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ସୂଚନା ଦେଇଛି।

Leave A Reply

Your email address will not be published.