Latest Odisha News

ରେଖାଙ୍କ ସିକ୍ୟୁରୁଟି ଗାର୍ଡକୁ କରୋନା, ମୁମ୍ୱାଇ ବଙ୍ଗଳା ସିଲ୍

ମୁମ୍ୱାଇ: କରୋନା କବଳରେ ମାୟାନଗରୀ । ବଲିଉଡ ଅଭିନେତ୍ରୀ ରେଖାଙ୍କ ମୁମ୍ୱାଇ ବଙ୍ଗଳା ସିଲ୍ । ତାଙ୍କ ସିକ୍ୟୁରିଟି ଗାର୍ଡ କରୋନା ସଂକ୍ରମିତ ହେବା ପରେ ବଙ୍ଗଳା ସିଲ୍ କରିଛି ବିଏମସି । ତାଙ୍କ ଘର ବାହାରେ ଏକ ନୋଟିସ୍ ଲାଗିଛି । ଯେଉଁଥିରେ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିବା ଉଲ୍ଲେଖ ରହିଛି ।

ମୁମ୍ୱାଇର ବାନ୍ଦ୍ରା ଅଞ୍ଚଳରେ ଅଛି ରେଖାଙ୍କ ସେହି ବଙ୍ଗଳା । ଯାହାର ନାଁ ରହିଛି ସି ସ୍ପ୍ରିଙ୍ଗସ । ବଙ୍ଗଳ ସୁରକ୍ଷା ଦାୟିତ୍ୱରେ ରହୁଥିଲେ ଦୁଇ ଜଣ ସୁରକ୍ଷାକର୍ମୀ । ସେମାନଙ୍କ ମଧ୍ୟରୁ ଜଣଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ସମଗ୍ର ଅଞ୍ଚଳକୁ ବିଏମସି ପକ୍ଷରୁ ସାନିଟାଇଜ୍ କରାଯାଇଛି ।

ଏସମ୍ପର୍କରେ ରେଖାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ । ପୂର୍ବରୁ ଅମୀର ଖାନ୍, ଜାହ୍ନବୀ କପୁର ଓ କରଣ ଜୋହରଙ୍କ ଷ୍ଟାଫ କରୋନା ସଂକ୍ରମିତ ହୋଇଥିଲେ । ଏବେ ଅମିତାଭ ବଚ୍ଚନ ଓ ଅଭିଷେକ ବଚ୍ଚନ କୋଭିଡ ପଜିଟିଭ୍ ବାହାରିଛନ୍ତି ।

Leave A Reply

Your email address will not be published.