Latest Odisha News

BREAKING NEWS

ହଂକଂରେ ସୁରକ୍ଷା ଆଇନକୁ କଡା ବିରୋଧ, ପ୍ରତୀକାତ୍ମକ ପ୍ରତିବାଦ ଭୋଟ ଦେଲେ ଲକ୍ଷାଧିକ ଲୋକ

ହଂକଂ:ଚୀନ ପକ୍ଷରୁ ଜବରଦସ୍ତ ଲାଗୁ କରାଯାଇଥିବା ସୁରକ୍ଷା ଆଇନକୁ ହଂକଂରେ କଡା ବିରୋଧ କରାଯାଇଛି । ସୋମବାର ପ୍ରତୀକାତ୍ମକ ପ୍ରତିବାଦ ଭୋଟରେ ଲକ୍ଷାଧିକ ଭୋଟର ଏହା ବିପକ୍ଷରେ ମତ ଦେଇଥିଲେ । ହଂକଂରେ ଏଥିସହ ଚୀନ ବିରୋଧୀ ଆନ୍ଦୋଳନ ଜୋର ଧରିଛି । ଭୋଟ ଫଳାଫଳ ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଯୁବ ଡେମୋକ୍ରାଟ ନେତା ସନ୍ନି ଚେଉଙ୍ଗ କହିଛନ୍ତି ।

ସହରର ଜନ ସଂଖ୍ୟା ୭୫ ଲକ୍ଷ ହୋଇଥିବା ବେଳେ ୫ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ ଦିଆସରିଛି । ବେଜିଂ ସପକ୍ଷବାଦୀଙ୍କ କବଳରୁ ଚୀନକୁ ମୁକ୍ତ କରିବା ପାଇଁ ହଂକଂବାସୀ ଚାହୁଁଛନ୍ତି ବୋଲି ଏହି ଭୋଟିଂରୁ ସ୍ପଷ୍ଟ ହୋଇଯାଇଛି । ଆମେରିକା, ବ୍ରିଟେନ ମଧ୍ୟ ହଂକଂ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

Leave A Reply

Your email address will not be published.