Latest Odisha News

ଭୁବନେଶ୍ୱରରେ ଆଉ ୧୪ ପଜିଟିଭ, ୨୯ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ବାହାରିଲେ ପଜିଟିଭ । ଆଜି ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪ ଜଣ କ୍ୱାରେଂଟିନ୍‌ର ଥିବା ବେଳେ ୧୦ ଜଣ ସ୍ଥାନୀୟ ସଂକ୍ରମିତ । ଏଥିସହ ୨୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ଚିହ୍ନଟ ସଂକ୍ରମିତମାନେ ହେଲେ କାନନ ବିହାର ଫେଜ-୨ର ଜଣେ ୭୫ ବର୍ଷୀୟା ମହିଳା, ବମିଖାଲର ୪୦ ବର୍ଷୀୟ ବ୍ୟକ୍ତି. ନୟାପଲ୍ଲୀର ୩୦ ବର୍ଷୀୟ ଯୁବକ, ଆଇଆରସି ଭିଲେଜ ଏନ-୩ର ୫୬ ବର୍ଷୀୟ ବ୍ୟକ୍ତି, ଗଙ୍ଗନଗରର ୪୪ ବର୍ଷୀୟ ମହିଳା, ୟୁନିଟ-୮ର ଜଣେ ୬୦ ବର୍ଷୀୟ ସରକାରୀ ଅଫିସର ଡ୍ରାଇଭର । ଆହୁରି ମଧ୍ୟ ୟୁନିଟ-୮ର ଜଣେ ୧ ବର୍ଷର ଶିଶୁ, ୨୨ ବର୍ଷର ଯୁବକ, ପାତ୍ରପଡାର ୨୪ ବର୍ଷୀୟା ଯୁବତୀ ଓ ଏକ ଘରୋଇ ମେଡିକାଲର ୨୪ ବର୍ଷୀୟା ଯୁବତୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି ।

ରାଜଧାନୀରେ ଏବେସୁଦ୍ଧା ୭୧୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୬ ଜଣ ସୁସ୍ଥ ହୋଇଛନ୍ତି । ଏବେବି ୩୫୩ଟି ସକ୍ରିୟ କେସ୍ ରହିଛି । ଏହାସହ ୮ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Leave A Reply

Your email address will not be published.