Latest Odisha News

BREAKING NEWS

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଆଗାମି ସପ୍ତାହ ପାଇଁ ବନ୍ଦ ରହିବ ସମ୍ବଲପୁର ବିଶ୍ୱାବିଦ୍ୟାଳୟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ୍ ରହିବ । ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି ନେଇଛନ୍ତି କୂଳପତି।

ଅନ୍ୟପଟେ ଭିସୁଟ୍  ଆସନ୍ତା ଜୁଲାଇ ୧୮ ଯାଏଁ  ସଟଡାଉନ୍‌ ଘୋଷଣା କରାଯାଇଛି। ଭିସୁଟରେ ୧୨ଜଣ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପ୍ରତିଷେଧକ  ପଦକ୍ଷେପ ସ୍ବରୂପ ବିଶ୍ବବିଦ୍ୟାଳୟକୁ ୧୧ ଯାଏଁ  ସଟଡାଉନ୍ କରାଯାଇଥିଲା। ଏହାପରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପୁନର୍ବାର ଆଉ ୫ ଦିନ ଲାଗି ସଟଡାଉନ୍ ଅବଧିକୁ ବଢ଼ାଇଛନ୍ତି ।

ଅନ୍ୟପକ୍ଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟର କାର୍ଯ୍ୟାଳୟ ଓ ସ୍ନାତ୍ତକୋତର ବିଭାଗକୁ ୨୦ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରେଜିଷ୍ଟ୍ରାର । ଏହି ନିର୍ଦ୍ଦେଶନାମାରେ କର୍ମଚାରୀଙ୍କୁ ହେଡକ୍ବାର୍ଟର ଛାଡ଼ିବାକୁ ମନା କରାଯିବା ସହିତ ମୋବାଇଲ୍ ଫୋନ୍ ଖୋଲା ରଖିବାକୁ କୁହାଯାଇଛି।

 

Leave A Reply

Your email address will not be published.