Latest Odisha News

BREAKING NEWS

ବ୍ରହ୍ମପୁର ସୀମା ସିଲ୍‌, ଯାଆସ ବନ୍ଦ

ବ୍ରହ୍ମପୁର: ସିଲ୍ ହେଲା ବ୍ରହ୍ମପୁର ସହର ସୀମା । ପ୍ରବେଶ ପ୍ରସ୍ଥାନ ଉପରେ ଲାଗିଲା କଟକଣା । ସହର ମଧ୍ୟକୁ କେହି ବି ଯିବା ଆସିବା କରିପାରିବେ ନାହିଁ । ମଙ୍ଗଳବାରଠୁ ଏହି କଟକଣା ଲାଗୁ ହୋଇଛି । ବଢ଼ୁଥିବା କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବିଭିନ୍ନ ପର୍ଯ୍ୟାୟରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ। ସକାଳ ୫ଟାରୁ ୧୦ଟା ଯାଏ ପନିପରିବା ଓ ଫଳ ଦୋକାନ, ଦିନ ୧୧ଟାରୁ ୪ଟା ଯାଏ ତେଜରାତି ଓ ଅତ୍ୟାବଶ୍ୟକ ଦୋକାନ ଖୋଲା ରହିବ। ସେହିପରି ସକାଳ ୫ରୁ ଦିନ ୪ଟା ଯାଏ ଖୋଲିବ ବୈଦ୍ୟୁତିକ ଓ ଘରୋଇ ସାମଗ୍ରୀ ଦୋକାନ । କେବଳ ଔଷଧ ଦୋକାନ୨୪ ଘଣ୍ଟା ଖୋଲିପାରିବ ।

ଏହାସହ କେବଳ ଜରୁରୀ କାର‌୍ୟ୍ୟରେ ଗାଡ଼ି ବ୍ୟବହାର କରାଯାଇ ପାରିବ । ସର୍ବାଧିକ ପ୍ରଭାବିତ ୧୦ଟି ୱାର୍ଡରେ କେବଳ ମାଲ ପରିବହନ ଗାଡ଼ି ଚାଲିବ । ତେଣୁ ସହରରେ ୨ ଡିଏସ୍‌ପି ଓ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଜରୁରୀ ନଥାଇ ଗାଡ଼ି ବୁଲିଲେ ଜବତ କରାଯିବା ସହ ଜୋରିମାନା ମଧ୍ୟ ଆଦାୟ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ସହର ସୀମା ସିଲ୍ ଘୋଷଣା କରିଛନ୍ତି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର। ପରବର୍ତ୍ତି ନିର୍ଦେଶ ପର୍ଯ୍ୟନ୍ତ ବ୍ରହ୍ମପୁର ସହରକୁ ସବୁ ଦିଗର ବନ୍ଦ କରାଯିବ। କୌଣସି ଲୋକ ବ୍ରହ୍ମପୁର ସହରକୁ ଆସି ପାରିବେ ନାହିଁ କିମ୍ବା ଯାଇ ପାରିବେ ନାହିଁ ।

ସେହିପରି ସହରରେ ଥିବା ୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଫିଭର କ୍ଲିନିକ କରାଯାଇଛି । ସେଠାରେ ଲକ୍ଷଣ ଥିବା ଲୋକଙ୍କ ଆଣ୍ଟିଜେନ ଟେଷ୍ଟ ହୋଇପାରିବ । ରେଳ ବିମାନ ଟିକଟ ଥିବା ଯାତ୍ରୀଙ୍କୁ ଯିବା ଆସିବା ପାଇଁ ସୁଯୋଗ ଦିଆଯିବ ବୋଲି କମିଶନର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.