Latest Odisha News

BREAKING NEWS

ଭାରତରେ ଅଯୋଧ୍ୟା ନକଲି, ନେପାଳରେ ଅସଲି: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଶାସନ ଗାଦି ଟଳମଳ ହେଉଥିବା ବେଳେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ବିଚଳିତ ହୋଇ ପଡ଼ିଲେଣି । କେତେବେଳେ କଣ କହିଯାଉଛନ୍ତି । ପୁଣି ଥରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଉପରେ ତାଙ୍କ ମତକୁ ନେଇ ଏବେ ସବୁଠ ଚର୍ଚ୍ଚା ।

କେ. ପି. ଶର୍ମା ଓଲି କହିଛନ୍ତି, ଅସଲି ଅଯୋଧ୍ୟା ନେପାଳରେ ଅଛି । ଭାରତରେ ନାହିଁ । ଅର୍ଥାତ ଭାରତରେ ଅଯୋଧ୍ୟାକୁ ସେ ନକଲି ବୋଲି କହିଛନ୍ତି । ସେହିପରି ଓଲି କହିଛନ୍ତିସ ପ୍ରଭୁ ଶ୍ରୀରାମ ନେପାଳୀ । ଭାରତୀୟ ନୁହନ୍ତି ।

ନେପାଳ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆମେ ଭାରତ ସ୍ଥିତ ଅଯୋଧ୍ୟାର ରାଜକୁମାରଙ୍କୁ ଦେବୀ ସୀତାଙ୍କୁ ଦେଇ ନଥିଲୁ । ନେପାଳରେ ଥିବା ଅଯୋଧ୍ୟାର ରାଜକୁମାରଙ୍କୁ ସୀତାଙ୍କୁ ଦିଆଯାଇଥିଲା ବୋଲି କହିଛନ୍ତି ଓଲି ।

କେ. ପି. ଶର୍ମା ଓଲିଙ୍କ ଏଭଳି ମନ୍ତବ୍ୟକୁ ନିନ୍ଦା କରିଛନ୍ତି ନେପାଳ ପୂର୍ବତନ ଉପପ୍ରଧାନମନ୍ତ୍ରୀ କମଳ ଥାପ୍ପା । ଏଭଳି ନିରାଧାର ଓ ତଥ୍ୟ ବିହୀନ ବୟାନ ଦେବା ଉଚିତ ନୁହେଁ । ଓଲି ଏଭଳି କହି ଭାରତ-ନେପାଳ ସମ୍ପର୍କରେ ତିକ୍ତତା ବଢ଼ାଉଛନ୍ତି । ସୀମା ପରେ ସଂସ୍କୃତିକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.