Latest Odisha News

BREAKING NEWS

ଜମ୍ମୁ-କଶ୍ମୀରରେ ବିଜେପି ନେତାଙ୍କୁ ଅପହରଣ

ବାରମୁଲ୍ଲା: ଜମ୍ମୁ-କଶ୍ମୀରେ ଆତଙ୍କବାଦୀମାନେ ବିଜେପି ନେତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । କିଛି ଦିନ ତଳେ ଶେଖ ୱାସିମ ବାରଙ୍କୁ ଗୁଳି କରି ହତ୍ୟା କରିବା ପରେ ବୁଧବାର କଶ୍ମୀରର ବିଜେପି ନେତା ତଥା ବାରମୁଲ୍ଲା ମ୍ୟୁନିସିପାଲଟି ୱାଟେରଗାମର ସଭାପତି ମେରାଜୁଦ୍ଦିନ ମଲଙ୍କୁ ଉତ୍ତର କଶ୍ମୀରରୁ ନିଖୋଜ ହୋଇଯାଇଛନ୍ତି । ମଲ ସକାଳେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ତାଙ୍କୁ କିଛି ଅଜଣା ବ୍ୟକ୍ତି କାର୍ ଯୋଗେ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି ।

ଘଟଣା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ବିଭିନ୍ନ ସ୍ଥାନରେ ଏହାକୁ ନେଇ ସୁରକ୍ଷାକର୍ମୀ ଚଢ଼ଉ କରିଛନ୍ତି । ବାନ୍ଦିପୋରା ବିଜେପି ନେତା ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବାର କିଛି ଦିନ ପରେ ପୁଣି କଶ୍ମୀରରୁ ଆସିଛି ଏମିତି ଖବର ।

Leave A Reply

Your email address will not be published.