ଭୁବନେଶ୍ୱର: କରୋନାକୁ ଲାଗୁନି ବ୍ରେକ୍ । ରାଜ୍ୟରେ ଦିନକୁ ଦିନ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଛି । ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ୬୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୦ ଜଣ ସଙ୍ଗରୋଧର ହୋଇଥିବା ବେଳେ ୨୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍ସି ଟ୍ୱିଟ୍ କରି ସୂଚନା ଦେଇଛି ।
Update on newly detected & cured #COVID19 cases in the last 24 hrs under the BMC area on 16th July 2020(till 9am).
Further contact tracing is still continuing.
Primary contacts & nearby houses are being quarantined, sanitised & will be under active surveillance. pic.twitter.com/qMexqh3O4a— BMC (@bmcbbsr) July 16, 2020
ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଭୀମଟାଙ୍ଗିର ୫୦ ବର୍ଷୀୟ ବୃଦ୍ଧ, ଆଚାର୍ଯ୍ୟ ବିହାରର ୨୧ ଓ ୩୮ ବର୍ଷୀୟ ଦୁଇ ଯୁବକ, ଜୟଦେବ ବିହାରର ୨୬ ଓ ୨୧ ବର୍ଷର ଦୁଇ ଯୁବକ, ଜାଗମରାର ୩୮ ବର୍ଷୀୟ ଯୁବକ, ବମିଖାଲର ୪୨ ବର୍ଷୀୟ ଯୁବକ । ସେହିପରି ପଟିଆରେ ମଧ୍ୟ ଜଣେ ୩୫ ବର୍ଷୀୟ ବ୍ୟକ୍ତି, ନୟାପଲ୍ଲୀ ବେହେରା ସାହିରୁ ୫୬ ବର୍ଷୀୟ ବୃଦ୍ଧ, ସାଲିଆ ସାହିରୁ ୩୫ ବର୍ଷୀୟା ମହିଳା ଓ ଏକ କେନ୍ଦ୍ରୀୟ ହସ୍ପିଟାଲର ଜଣେ ୨୯ ବର୍ଷୀୟ ବ୍ୟକ୍ତି ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏକ ସରକାରୀ ହସ୍ପିଟାଲର ୨୪, ୨୪ ଓ ୨୯ ବର୍ଷୀୟ ଯୁବକ, ନୟାପଲ୍ଲୀ ଆଇଆରସି ଭିଲେଜର ୨୧ ବର୍ଷୀୟା ଯୁବତୀ, ସାଲିଆ ସାହିର ୩୪ ଓ ୪୩ ବର୍ଷୀୟ ଦୁଇ ବ୍ୟକ୍ତି, ଶ୍ୟାମପୁରର ୩୪ ବର୍ଷୀୟ ବ୍ୟକ୍ତି, ଏକାମ୍ର ବିହାରର ୪୫ ବର୍ଷୀୟ ବ୍ୟକ୍ତି ଓ ଘାଟିକିଆର ଜଣେ ୪୬ ବର୍ଷୀୟା ମହିଳା ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ଭୁବନେଶ୍ୱରରେ ଏଯାଏଁ ମୋଟ ୯୧୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୪୦୩ ଜଣ ସୁସ୍ଥ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ୫୦୪ଟି ଆକ୍ଟିଭ କେସ୍ ରହିଛି ।
Comments are closed.