Latest Odisha News

BREAKING NEWS

ବାର କର୍ମଚାରୀ ହତ୍ୟା ଘଟଣା, ପୋଲିସର ସୂଚନା ୧୫ ଥର ଛୁରୀ ଭୂଷିଥିଲେ ହତ୍ୟାକାରୀ

ଖୋର୍ଦ୍ଧା : ଗଡ ଖୋର୍ଦ୍ଧା ବାରରେ ଯୁବକଙ୍କୁ ଛୁରାମାଡ ଘଟଣାରେ ଅଭିଯୁକ୍ତମାନେ ମୃତକଙ୍କୁ ଥରେ କି ଦୁଇ ଥର ନୁହେଁ ୧୫ ଥର ଛୁରାମାଡ କରିଥିଲେ । ଏ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି ।

ସୂଚନା ଅନୁଯାୟୀ ଅପରାଧୀମାନେ ଗତ ୧୪ ତାରିଖରେ ଏକ ବିଏମଡବ୍ଲ୍ୟୁରେ ଏହି ବାରକୁ ମଦ ପିଇବାକୁ ଆସିଥିଲେ । ଏଠାରେ ପାର୍କିଂକୁ କେନ୍ଦ୍ର କରି ସେମାନଙ୍କର ବଚସା ହୋଇଥିଲା । ଗ୍ୟାଙ୍ଗର ଡନ ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁ ଏହି ଛୁରା ମାଡ କରିଥିଲା । ଏହାପରେ ଅପରାଧୀମାନେ ଏଠାରୁ ଚମ୍ପଟ ମାରିଥିଲେ ।

ଏହି ଘଟଣା ପୂର୍ବରୁ ନୟାପଲ୍ଲୀଠାରେ ଜଣେ ଗାଡି ଚାଳକଙ୍କୁ ମଧ୍ୟ ସେମାନେ ଆକ୍ରମଣ କରିଥିବା ଜଣାପଡିଛି । ସିସିଟିଭି ଆଧାରରେ ଏମାନଙ୍କୁ ରଣପୁର ଜଗନ୍ନାଥବଜାର ନିକଟରୁ ଗିରଫ କରାଯାଇଥିବା ପୋଲିସ ଏସ୍‌ପି ସୂଚନା ଦେଇଛନ୍ତି । ଏଥି ସହ ବିଏମଡବ୍ଲ୍ୟୁ ଗାଡିକୁ ମଧ୍ୟ ଜବତ କରିଛି ପୋଲିସ ।

Leave A Reply

Your email address will not be published.