Latest Odisha News

BREAKING NEWS

କାହିଁକି ପାଳିତ ହୁଏ ‘ଅନ୍ତର୍ଜାତୀୟ ନ୍ୟାୟ ଦିବସ’?

ନୂଆଦିଲ୍ଲୀ: ସାରା ଦୁନିଆରେ ୨୦୧୧ ମସିହାରୁ ପ୍ରତିବର୍ଷ ଜୁଲାଇ ୧୭ରେ ‘ଅନ୍ତର୍ଜାତୀୟ ନ୍ୟାୟ ଦିବସ’ ପାଳନ କରାଯାଇଥାଏ । ଏହି ଦିବସକୁ ‘ଇଣ୍ଟରନ୍ୟାସନାଲ୍ କ୍ରିମିନାଲ୍ ଜଷ୍ଟିସ୍ ଡେ’ ଭାବେ ମଧ୍ୟ ପାଳନ କରାଯାଇଥାଏ।

୧୯୯୮ ଏହି ଦିନରେ ‘ରୋମ୍ ଷ୍ଟାଚ୍ୟୁଟ୍‌’ ଲାଗୁ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ସନ୍ଧି ସାହାଯ୍ୟରେ ‘ଅନ୍ତର୍ଜାତୀୟ କିମ୍ରିନାଲ୍ କୋର୍ଟ’ ପ୍ରତିଷ୍ଠା କରାଯାଇଥିଲା । ରୋମର ଏହି ନିୟମକୁ ସାରା ଦେଶ ପାଳନ କରିବାର ଅଧିକାର ରହିଛି । ୨୦୧୦ ମସିହା ଜୁନ୍ ୧ରେ ଉଗାଣ୍ଡାର କାମ୍ପାଳାରେ ଆୟୋଜିତ ହୋଇଥିବା ‘ରୋମ୍ ଷ୍ଟାଚ୍ୟୁଟ୍‌’ର ସମୀକ୍ଷା ଅବସରରେ ପ୍ରତି ବର୍ଷ ଜୁଲାଇ ୧୭ ତାରିଖକୁ ‘ଅନ୍ତର୍ଜାତୀୟ ନ୍ୟାୟ ଦିବସ’ ଭାବେ ପାଳନ କରିବା ଲାଗି ସଦସ୍ୟ ରାଷ୍ଟ୍ର ଗୁଡିକ ନିଷ୍ପତ୍ତି ନେଇଥିଲେ।

ଅନ୍ତର୍ଜାତୀୟ ନ୍ୟାୟାଳୟରେ ୧୫ ନ୍ୟାୟଧୀଶ ରହିଛନ୍ତି ଯିଏକି ସଂଯୁକ୍ତ ରାଷ୍ଟ୍ର ମହାସଭା ଓ ସୁରକ୍ଷା ପରିଷଦ ଦ୍ୱାରା ୯ ବର୍ଷ ଲାଗି ଚୟନ ହୋଇଥାନ୍ତି।

ଅନ୍ତର୍ଜାତୀୟ ନ୍ୟାୟ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଉଛି ଗଣହତ୍ୟା ଭଳି ଭୟଙ୍କର ଅପରାଧ ତଥା ମହିଳାଙ୍କ ବିରୋଧରେ ହିଂସା ଏବଂ ଗମ୍ଭୀର ଅପରାଧ ଭଳି ମାମଲାରେ ହସ୍ତକ୍ଷେପ କରିବ । ସମ୍ପ୍ରତି ‘ରୋମ୍ ଷ୍ଟାଚ୍ୟୁଟ୍‌’ର ସଦସ୍ୟ ରାଷ୍ଟ୍ର ସଂଖ୍ୟା ୧୨୦ରୁ ଉର୍ଦ୍ଧ୍ୱ ରହିଛି ।

 

Comments are closed.