Latest Odisha News

BREAKING NEWS

ଖୋଲିବ ବ୍ରହ୍ମପୁର ବଡମେଡିକାଲ ଓପିଡି

ବ୍ରହ୍ମପୁର: କରୋନା ସଂକ୍ରମଣରେ ଘାଂଟି ହେଉଥିବା ଗଂଜାମବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଖୋଲି ବ୍ରହ୍ମପୁର ବଡମେଡିକାଲର ଓପିଡି । ଏହାସହ ଜରୁରୀକାଳୀନ ୱାର୍ଡ ମଧ୍ୟ ଖୋଲିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଜ୍ୱର ଭଲ କରୁଥିବା ପାରାସିଟାମଲ୍ ମେଡିସିନ୍ ଉପରୁ ମଧ୍ୟ କଟକଣା ହଟାଇଛି ଜିଲ୍ଲା ପ୍ରଶାନ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଗଂଜାମ ଜିଲ୍ଲାପାଳ । କିନ୍ତୁ ଦୋକାନୀମାନେ ଔଷଧ କିଣୁଥିବା କେତ୍ରାଙ୍କ ତଥ୍ୟ ରଖିବେ ।

ସେହିପରି ଗଂଜାମରେ କରୋନା ନିୟନ୍ତ୍ରଣ ପାଇଁ ନୂଆ ରଣନୀତି ଆପଣାଇଛନ୍ତି ରାଜ୍ୟ ସରକାର । ବନ୍ଦ ରହିଥିବା ଏମ୍‌କେସିଜିର ଓପିଡି ଓ ଏମରଜେନ୍ସି ୱାର୍ଡ ତିରୁନ୍ତ ଖୋଲିବ । ଏହି ୱାର୍ଡରେ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗଇଦେବାକୁ ନିଷ୍ପତ୍ତି ହୋଇଛି । ନୂଆ ରଣକୌଶଳ ଅନୁସାରେ ଭିତ୍ତିଭୂମୀ ସଂପ୍ରସାରଣ, ଟେଲିମେଡିସିନ୍ ସେବା, ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ବ୍ରହ୍ମପୁର ବଡ଼ମେଡିକାଲରେ ଜଣେ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ନିଯୁକ୍ତ ହେବେ । ଏମକେସିଜିର ଶିଶୁ ୱାର୍ଡ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ କେୟାର ସେଣ୍ଟର ହେବ । ସେହିଭଳି ବିଦ୍ୟୁତପୁର ଓ ଶିଶୁମନ୍ଦିରରେ ମଧ୍ୟ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ହେବ । ସୂଚନାଯୋଗ୍ୟ, କରୋନା ଭାଇରସ ଯୋଗୁଁ ରାଜ୍ୟରେ ଗଂଜାମ ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି ।

Leave A Reply

Your email address will not be published.