Latest Odisha News

BREAKING NEWS

ସୁଟିଂ ଆରମ୍ଭ କଲେ କପିଲ ଶର୍ମା, ସେଟରେ ଏଣ୍ଟ୍ରି ପୂର୍ବରୁ କୋଭିଡ୍ ଟେଷ୍ଟ

ମୁମ୍ୱାଇ: କପିଲ ଶର୍ମା ସୋ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବ ଶୀଘ୍ର ତାଙ୍କ ଟିମ୍ ଟିଭି ପରଦାରେ ଫ୍ରେସ ଏପିସୋଡ ସହ ନଜର ଆସିବେ । ଲକଡାଉନର ୧୨୫ ଦିନ ପରେ ପୁଣି ଥରେ ସୁଟିଂ ଆରମ୍ଭ କରିଛନ୍ତି କପିଲ । ତାପୂର୍ବରୁ ସମସ୍ତଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା ।

ସୁଟିଂ ସେଟରେ ପହଞ୍ଚିବା ପୂର୍ବରୁ ଗେଟରେ ସମସ୍ତେ ସାନିଟାଇଜ୍ ହୋଇଥିଲେ । ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏନେଇ କପିଲ ନିଜ ଇନଷ୍ଟାଗ୍ରାମରେ କିଛି ଭିଡିଓ ଅପଲୋଡ କରିଛନ୍ତି । ଗୋଟିଏ ଭିଡିଓର କ୍ୟାପସନରେ ଲେଖାଅଛି, ସବୁ ପ୍ରତିଷେଧକମୂଳକ ବ୍ୟବସ୍ଥା କରାଯାଇଛି । ଭିଡିଓରେ ସୁମୋନା ଚକ୍ରବର୍ତ୍ତୀ, ଭାରତୀୟ ସିଂଙ୍କୁ ଦେଖିବାକୁୁ ମିଳିଛି ।

ସୁଟିଂ ସେଟରେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ଓ ଅକ୍ସି ମିଟରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସମସ୍ତେ ମାନୁଛନ୍ତି କୋଭିଡ ନିୟମ । କୁହାଯାଉଛି ଲକଡାଉନ୍ ପରବର୍ତ୍ତୀ ଏହି ସୋର ସେଲିବ୍ରିଟି ଗେଷ୍ଟ ହେବେ ବଲିଉଡ୍ ଅଭିନେତା ସୋନୁ ସୁଦ ।

Leave A Reply

Your email address will not be published.