Latest Odisha News

BREAKING NEWS

ବଢୁଛି ସଂକ୍ରମଣ: ଭଦ୍ରକ, ଧାମନଗରରେ ଲକଡାଉନ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ କିଛି ଦିନ ହେବ କରୋନା ମାମଲା ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ଦିନ ଭଦ୍ରକ ପୌରପାଳିକା ଏବଂ ଧାମନଗର ଏନଏସିକୁ ଜୁଲାଇ ୨୦ ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି।

ଜିଲ୍ଲାପାଳ ଜ୍ଞାନ ରଂଜନ ଦାସ ଦେଇଥିବା ସୂଚନା ଅନୁସାରେ, ସମସ୍ତ ବାଣିଜ୍ୟିକ, ବେସରକାରୀ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନୁଷ୍ଠାନ, ଦୋକାନ, ଭେଣ୍ଡିଂ ଜୋନ୍ ଗୁଡିକ ସୋମବାର ରୁ ଶୁକ୍ରବାର ଯାଏଁ ସକାଳ ୫ ଟାରୁ ଦିନ ୧ ଟା ମଧ୍ୟରେ ଖୋଲା ରହିପାରିବ। କିନ୍ତୁ ଏହି ପ୍ରତିଷ୍ଠାନଗୁଡିକ କୋଭିଡ୧୯ ପ୍ରୋଟୋକଲ ଗୁଡିକ ଅନୁସରଣ କରିବାକୁ ପଡିବ ଯେପରି ମାସ୍କ ପିନ୍ଧିବା ଏବଂ କାର୍ଯ୍ୟ ସମୟ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ଇତ୍ୟାଦି।

ଲକଡାଉନ୍ ସମୟରେ ସାପ୍ତାହିକ ସଟଡାଉନ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି।

Comments are closed.