Latest Odisha News

BREAKING NEWS

ଜୁଲାଇ ୩୧ ଯାଏଁ ଗଜପତି ଜିଲ୍ଲାର ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଲକ୍‌ଡାଉନ୍‌ ଘୋଷଣା

ପାରଳାଖେମୁଣ୍ଡି: କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ୧୧ ଟି ପଞ୍ଚାୟତ ଏବଂ ଦୁଇଟି ସହରାଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି ।

ଗଜପତି ଜିଲ୍ଲାପାଳ ଅନୁପମ ଶାହା ଦେଇଥିବା ସୁଚନା ଅନୁସାରେ, କରୋନାଭାଇରସର ବୃଦ୍ଧିକୁ ଦୃଷ୍ଟିରେ ରଖି ବ୍ଲକ ମୁଖ୍ୟାଳୟ, ପାରାଲାଖେମୁଣ୍ଡି ପୌରପାଳିକା ଏବଂ କାଶିନଗର ଏନଏସିରେ ଲକଡାଉନ ଘୋଷଣା କରାଯାଇଛି ।

ଏହା ବ୍ୟତୀତ ଗୋସାନି ବ୍ଲକର କେରାଣ୍ଡି ଓ କତଳାକାଇଥା ପଞ୍ଚାୟତ, କାଶୀନଗର ବ୍ଲକର ରାଣୀପେଣ୍ଠ ଓ ହାଡୁବଙ୍ଗୀ ପଞ୍ଚାୟତ, ଗୁମ୍ମା ବ୍ଲକର ଅର୍ଶୟଗଡ ଓ ଝାମି ପଞ୍ଚାୟତ, ରାୟଗଡା ବ୍ଲକର କରଦାସୀ ଏବଂ ନାରାୟଣପୁର ପଂଚାୟତ, ନୟାଗଡ଼ ବ୍ଲକ ଅନ୍ତର୍ଗତ କେ. ଝଲସିଙ୍ଗ ପଞ୍ଚାୟତ ଓ ମୋହନ ବ୍ଲକର ପିଣ୍ଡିକି ପଞ୍ଚାୟତକୁ ଲକଡାଉନ ଘୋଷଣା କରାଯାଇଥିବା ଜିଲ୍ଲାପାଳ ଘୋଷଣା କରିଛନ୍ତି ।

ଜୁଲାଇ ୨୦ ତାରିଖ ସକାଳ ୫ ଟା ରୁ ଜୁଲାଇ ୩୧ ମଧ୍ୟରାତ୍ରି ପର୍ଯ୍ୟନ୍ତ ଏହି ଲକଡାଉନ୍ କଟକଣା ବଳବତ୍ତର ରହିବ।

Leave A Reply

Your email address will not be published.