Latest Odisha News

BREAKING NEWS

ଆସୁଛି ସୁଶାନ୍ତ ସିଂ ରାଜପୁତଙ୍କ ବାୟୋପିକ୍ “ସୁଇସାଇଡ୍ ଅର୍ ମର୍ଡର୍”

ମୁମ୍ବାଇ: ବଲିଉଡ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା । ତାଙ୍କ ମୃତ୍ୟୁ ପରେ ସୁଶାନ୍ତଙ୍କ ଭଳି ଦେଖାଯାଉଥିବା ସଚ୍ଚିନ ତିୱାରୀଙ୍କ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।

ଖୁବ୍‌ଶୀଘ୍ର ସଚ୍ଚିନ ତିୱାରୀ ବିଜୟ ଶେଖର ଗୁପ୍ତାଙ୍କ ଫିଲ୍ମ ସୁଇସାଇଡ୍ ଅର୍ ମର୍ଡିରରେ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ସୁଶାନ୍ତଙ୍କ ଜୀବନୀ ଉପରେ ଆଧାରିତ ।

ସେପ୍ଟେମ୍ବରରେ ଫିଲ୍ମର ସୁଟିଂ ମୁମ୍ବାଇ ଓ ପଂଜାବରେ ହେବ । ଖ୍ରୀଷ୍ଟମାସ ଅବସରରେ ରିିଲିଜ୍ ହେବାକୁ ଥିବା ଏହି ଫିଲ୍ମର ପୋଷ୍ଟରକୁ ମଧ୍ୟ ରିଲିଜ କରାଯାଇଛି । ଏଥିରେ ସଚ୍ଚିନଙ୍କୁ ଆଉଟ୍ ସାଇଡର୍ ଭାବେ ଉଲ୍ଲେଖ କରାଯାଇଛି ।

ସମିକ୍ ମଲ୍ଲିକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଛୋଟ ସହରରୁ ଆସୁଥିବା ଆକ୍ଟରଙ୍କ ସଂଘର୍ଷକୁ ଦର୍ଶାଯିବ । ତା ଛଡା ବଲିଉଡରେ ବିନା ଗଡ୍ ଫାଦର୍‌ରେ ଫିଲ୍ମଟିଏ ପାଇବା ପାଇଁ କିପରି ଜଣେ କଳାକାର ହନ୍ତସନ୍ତ ହୁଏ, ତା ଉପରେ ମଧ୍ୟ ଆଲୋକପାତ କରାଯିବ । ସଚ୍ଚିନଙ୍କ ଛଡା ଫିଲ୍ମର ଏକାଧିକ ଜଣାଶୁଣା କଳାକାରଙ୍କ ସହ କିଛି ନ୍ୟୁକମରଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Leave A Reply

Your email address will not be published.