Latest Odisha News

BREAKING NEWS

ବ୍ରହ୍ମପୁରରେ ପ୍ଲାଜମା ଥେରାପି ଆରମ୍ଭ

ବ୍ରହ୍ମପୁର: ଓଡ଼ିଶାରେ କାୟା ମେଲାଇ ଚାଲିଛି ମହାମାରୀ କରୋନା । ଏହାର ପ୍ରଭାବରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩ ଅଙ୍କ ଛୁଇଁଛି ।

କରୋନା ଦାଉରୁ ଗୁରୁତର ଆକ୍ରାନ୍ତଙ୍କୁ ରକ୍ଷା କରିବାକୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ପ୍ରଥମେ କଟକ ଏସସିବିରେ ଏହି ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଥିବା ବେଳେ ଆଜିଠୁ ବ୍ରହ୍ମପୁରରେ ଏହି ପ୍ଲାଜମା ଥେରାପି ଆରମ୍ଭ ହୋଇଛି ।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ପ୍ଲାଜମା ଥେରାପିର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ କଟକରୁ ୬ଟି ପ୍ଲାଜମା ବ୍ରହ୍ମପୁରରେ ପହଞ୍ଚିଛି। ଜିଲ୍ଲାର ୪ଟି କୋଭିଡ୍ ହସ୍ପିଟାଲରେ ଏହି ପ୍ଲାଜମା ଦିଆଯିବ ବୋଲି ଜଣାପଡିଛି ।

ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲା କରୋନାରେ ପ୍ରଭାବିତ ହୋଇଛି । ଏଠାରେ ମହାମାରୀ ଅଣାୟତ୍ତ ସ୍ଥିତିରେ ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୬୦୦୦ ଛୁଇଁଲାଣି ।

Leave A Reply

Your email address will not be published.