ନୂଆଦିଲ୍ଲୀ: ଜୁନରେ ଦେଶର ରାଜଧାନୀରେ ଟେନସନ୍ ବଢାଇଥିଲା କରୋନା କେସ୍ । ଜୁଲାଇ ଶେଷ ଆଡକୁ ଟିକେ ଆଶ୍ୱସ୍ତି ଆସିଲା ଭଳି ଲାଗୁଛି । ଚଳିତ ସପ୍ତାହରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦିଲ୍ଲାରେ ଲକ୍ଷେ ୨୩ ହଜାର ଲୋକ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଲକ୍ଷେ ଲୋକ ସୁସ୍ଥ ହୋଇ ସାରିଲେଣି ।
ପଜିଟିଭ୍ ରେସ୍ ୭ ପ୍ରତିଶତକୁ ହ୍ରାସ
ଦିଲ୍ଲାରେ ଖସୁଛି ପଜିଟିଭ ରେଟ୍ ହାର । ମାତ୍ର ୧୫ ହଜାର ଆକ୍ଟିଭ୍ କେସ୍ ରହିଛି । ସୁସ୍ଥତା ହାର ପାଖାପାଖି ୮୪ ପ୍ରତିଶତ । ଦିଲ୍ଲୀର ସରକାରୀ ହସ୍ପିଟାଲରେ ୭୭ ପ୍ରତିଶତ ବେଡ୍ ଖାଲି ରହିଛି । ଜୁନ୍ ମାସରେ ପଜିଟିଭ୍ ରେଟ୍ ଚିନ୍ତାଜନକ ଥିଲା । ଜୁନ୍ ୮-୧୪ ଭିତରେ ପଜିଟିଭ୍ ରେଟ୍ ଥିଲା ୩୨ ପ୍ରତିଶତ । ଚଳିତ ସପ୍ତାହରେ ୭ ପ୍ରତିଶତକୁ ଖସିଛି ।
୪୯ ଦିନ ପରେ ହଜାରେରୁ କମ୍ କେସ୍
ଦିଲ୍ଲାରେ କରୋନା ଚେନ୍ ଭାଙ୍ଗିବା ପାଇଁ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିଲା । ଦୈନିକ ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଏବେ ସ୍ଥିତିରେ ସୁଧାର ଆସିଛି । ଗତ ୨୪ ଘଣ୍ଟାରେ ବାହାରିଛି ୯୫୪ ପଜିଟିଭ୍ କେସ୍ । ୪୯ ଦିନ ପରେ ଦିଲ୍ଲୀରେ ଗୋଟିଏ ଦିନରେ ହଜାରେରୁ କମ୍ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।
୭୭ ପ୍ରତିଶତ ବେଡ୍ ଖାଲି
ଦେଶରେ ସବୁଠୁ ଅଧିକ କୋଭିଡ୍ ଟେଷ୍ଟ ଏବେ ଦିଲ୍ଲୀରେ ହେଉଛି । ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଆରୋଗ୍ୟ ହେଲେଣି ୮୪ ପ୍ରତିଶତ କରୋନା ଆକ୍ରାନ୍ତ । ସେହିପରି କୋଭିଡ୍ ହସ୍ପିଟାଲରେ ବେଡ୍ ଖାଲି ପଡ଼ିଲାଣି । ପ୍ରଥମେ ପ୍ରଥମେ ଦିଲ୍ଲୀରେ ବେଡ୍ ସଂଖ୍ୟା ନିଅଣ୍ଟିଆ ହେଉଥିଲା । ସରକାରୀ ହସ୍ପିଟାଲରେ ବେଡ୍ ସଂଖ୍ୟାକୁ ୧୧ ହଜାର ୮୭୪କୁ ବୃଦ୍ଧି କରାଯାଇଥିଲା । ଏବେ ୭୭ ପ୍ରତିଶତ ବେଡ୍ ଖାଲି ଅଛି ।
BREAKING NEWS
- ସାରା ଦୁନିଆକୁ ପାକିସ୍ତାନର କଳାକାରନାମା କହିଲା ଭାରତ, ଟେନସେନରେ ପଡ଼ିଗଲା ପାକିସ୍ତାନ
- ଆତଙ୍କବାଦ ପ୍ରେମ: ପହଲଗାମ ଆକ୍ରମଣକାରୀଙ୍କୁ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଇଶାକ କହିଲେ ‘ସ୍ୱାଧୀନତା ସଂଗ୍ରାମୀ’
- ଚିକିତ୍ସାରେ ବିଳମ୍ବ, ବୈଷୟିକ ତ୍ରୁଟି ଭିତରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ‘ଠପ୍’!
- ଖର୍ଚ୍ଚକାଟ ଚିନ୍ତା, ଭୁବନେଶ୍ୱରରେ ନିଜ ଗାଡ଼ିର ଇନ୍ଧନ ଯୋଗାଇବାକୁ ବିଏମସି ବସାଇବ ପେଟ୍ରୋଲ ପମ୍ପ
- ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାଙ୍କ ପାଇଁ ଖୁସି ଖବର: ନିର୍ମାଣ ଶ୍ରମିକଙ୍କ ଭଳି ମିଳିବ କଲ୍ୟାଣକାରୀ ସୁବିଧା
- ଅନ୍ତର୍ଜାତୀୟ ମଞ୍ଚରେ ହିନ୍ଦୀ କହୁଥିବା ପ୍ରଧାନମନ୍ତ୍ରୀ ବିହାରରେ କାହିଁକି ହଠାତ୍ ଇଂରାଜୀରେ ଆତଙ୍କବାଦୀଙ୍କୁ ଝାଡ଼ିଦେଲେ?
- ପାକିସ୍ତାନ ହୋଇଯିବ ଅନ୍ଧାର, ଇଣ୍ଡିଆ କଲା ମାଷ୍ଟରପ୍ଲାନ୍!
- ସୁରକ୍ଷାଗତ ତ୍ରୁଟି କାରଣରୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ, ବୈଠକରେ ସ୍ୱୀକାର କଲେ ଗୃହମନ୍ତ୍ରୀ!
- ପାକିସ୍ତାନ ସହ ଯୁଦ୍ଧ ଭଳି ସ୍ଥିତି ଭିତରେ ଭାରତ ଆରମ୍ଭ କଲା ଅପରେସନ ‘ଆକ୍ରମଣ’
- ସୈନିକ ସ୍କୁଲରୁ ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବାକୁ ଦାବି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍ର ଉଦ୍ଦେଶ୍ୟରେ ସ୍ମାରକପତ୍ର
Comments are closed.