ନୂଆଦିଲ୍ଲୀ: ଜୁନରେ ଦେଶର ରାଜଧାନୀରେ ଟେନସନ୍ ବଢାଇଥିଲା କରୋନା କେସ୍ । ଜୁଲାଇ ଶେଷ ଆଡକୁ ଟିକେ ଆଶ୍ୱସ୍ତି ଆସିଲା ଭଳି ଲାଗୁଛି । ଚଳିତ ସପ୍ତାହରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦିଲ୍ଲାରେ ଲକ୍ଷେ ୨୩ ହଜାର ଲୋକ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଲକ୍ଷେ ଲୋକ ସୁସ୍ଥ ହୋଇ ସାରିଲେଣି ।
ପଜିଟିଭ୍ ରେସ୍ ୭ ପ୍ରତିଶତକୁ ହ୍ରାସ
ଦିଲ୍ଲାରେ ଖସୁଛି ପଜିଟିଭ ରେଟ୍ ହାର । ମାତ୍ର ୧୫ ହଜାର ଆକ୍ଟିଭ୍ କେସ୍ ରହିଛି । ସୁସ୍ଥତା ହାର ପାଖାପାଖି ୮୪ ପ୍ରତିଶତ । ଦିଲ୍ଲୀର ସରକାରୀ ହସ୍ପିଟାଲରେ ୭୭ ପ୍ରତିଶତ ବେଡ୍ ଖାଲି ରହିଛି । ଜୁନ୍ ମାସରେ ପଜିଟିଭ୍ ରେଟ୍ ଚିନ୍ତାଜନକ ଥିଲା । ଜୁନ୍ ୮-୧୪ ଭିତରେ ପଜିଟିଭ୍ ରେଟ୍ ଥିଲା ୩୨ ପ୍ରତିଶତ । ଚଳିତ ସପ୍ତାହରେ ୭ ପ୍ରତିଶତକୁ ଖସିଛି ।
୪୯ ଦିନ ପରେ ହଜାରେରୁ କମ୍ କେସ୍
ଦିଲ୍ଲାରେ କରୋନା ଚେନ୍ ଭାଙ୍ଗିବା ପାଇଁ ଟେଷ୍ଟିଂ କ୍ଷମତା ବୃଦ୍ଧି କରାଯାଇଥିଲା । ଦୈନିକ ୪ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଏବେ ସ୍ଥିତିରେ ସୁଧାର ଆସିଛି । ଗତ ୨୪ ଘଣ୍ଟାରେ ବାହାରିଛି ୯୫୪ ପଜିଟିଭ୍ କେସ୍ । ୪୯ ଦିନ ପରେ ଦିଲ୍ଲୀରେ ଗୋଟିଏ ଦିନରେ ହଜାରେରୁ କମ୍ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି ।
୭୭ ପ୍ରତିଶତ ବେଡ୍ ଖାଲି
ଦେଶରେ ସବୁଠୁ ଅଧିକ କୋଭିଡ୍ ଟେଷ୍ଟ ଏବେ ଦିଲ୍ଲୀରେ ହେଉଛି । ସଂକ୍ରମିତଙ୍କ ସଂଖ୍ୟା କମୁଥିବା ବେଳେ ଆରୋଗ୍ୟ ହେଲେଣି ୮୪ ପ୍ରତିଶତ କରୋନା ଆକ୍ରାନ୍ତ । ସେହିପରି କୋଭିଡ୍ ହସ୍ପିଟାଲରେ ବେଡ୍ ଖାଲି ପଡ଼ିଲାଣି । ପ୍ରଥମେ ପ୍ରଥମେ ଦିଲ୍ଲୀରେ ବେଡ୍ ସଂଖ୍ୟା ନିଅଣ୍ଟିଆ ହେଉଥିଲା । ସରକାରୀ ହସ୍ପିଟାଲରେ ବେଡ୍ ସଂଖ୍ୟାକୁ ୧୧ ହଜାର ୮୭୪କୁ ବୃଦ୍ଧି କରାଯାଇଥିଲା । ଏବେ ୭୭ ପ୍ରତିଶତ ବେଡ୍ ଖାଲି ଅଛି ।
BREAKING NEWS
- Strait of Hormuz:ହର୍ମୁଜରେ ଅଶୋଧିତ ତେଲ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ଉଦ୍ଧାର
- ଏମ.ଏସ. ଧୋନିଙ୍କ ରେକର୍ଡ ସହ ସମକକ୍ଷ ହେଲେ ରାହୁଲ
- ନେସଲେର ‘ଲୋ ଫ୍ୟାଟ୍ ଡେରୀ ହ୍ୱାଇଟନ’ର ବିକ୍ରି ଉପରେ ରୋକ୍; କାହିଁକି ଅସୁରକ୍ଷିତ…
- ପୁରୁଷ ହକିରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ, ଲସ୍ ଆଞ୍ଜେଲସ୍ ଅଲିମ୍ପିକ୍ସ ପାଇଁ କ୍ୱାଲିଫାଏ
- Shingles: କେବଳ ଚର୍ମ ରୋଗ ନୁହେଁ, ହୃଦୟ ଓ ମସ୍ତିଷ୍କକୁ କରିପାରେ ଆଟାକ୍
- ନଭେମ୍ବର ସୁଦ୍ଧା ଅଧ୍ୟାପକ ନିଯୁକ୍ତି ସମାପ୍ତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ
- ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର
- ପେଟ୍ରୋଲ ୫ ଓ ଡିଜେଲ ମୂଲ୍ୟରେ ୩ ଟଙ୍କା ବୃଦ୍ଧି କଲା ଏହି କମ୍ପାନୀ…
- ସଲମାନଙ୍କ ‘ମାତୃଭୂମି’କୁ ଗ୍ରୀନ ସିଗନାଲ୍, ଦୀୱାଲି ପରେ ରିଲିଜ୍ ପ୍ଲାନ୍
- ନନ୍ଦନକାନନରେ ସାମିଲ ୩୬ ନୂଆ ପ୍ରଜାତିର ପଶୁପକ୍ଷୀ

Comments are closed.