Latest Odisha News

ଲଦାଖରେ ଚାଲବାଜ ଚୀନ ଠୁଳ କଲାଣି ୪୦ ହଜାର ସୈନିକ !

ନୂଆଦିଲ୍ଲୀ: ଚୀନ ତାର ପ୍ରକୃତି ଛାଡି ପାରୁନି । କପର୍ସ କମାଣ୍ଡର ସ୍ତରୀୟ ଶାନ୍ତି ପ୍ରକ୍ରିୟା ଆଲୋଚନା ସତ୍ୱେ ଚୀନ ଲଦାଖ ସୀମାରେ ସେନା ଠୁଳ କରିବା ଆରମ୍ଭ କରିଛି । ରିପୋର୍ଟ ମୁତାବକ ଲଦାଖର ଫ୍ରଂଟ ଓ ଡେପ୍‌ଥ ଅଂଚଳରେ ଚାଲବାଜ ଚୀନ ୪୦୦୦୦ ସେନା ଠୁଳ କଲାଣି । ଏୟାର ଡିଫେନ୍ସ ସିଷ୍ଟମ, ମିସାଇଲ ସମେତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ସୀମା ନିକଟକୁ ପଠାଇବା ଯୋଜନା ଆରମ୍ଭ କରି ଦେଇଛି ।

ପୂର୍ବ ଲଦାଖର ୨ଟି ଆଟାକିଂ ପଂଏଟ ହଟ ସ୍ପ୍ରିଙ୍ଗସ ଓ ଫିଙ୍ଗର ଅଂଚଳରୁ ଏବେ ମଧ୍ୟ ଚୀନ ପଛକୁ ହଟି ନାହିଁ । ସେଠାରେ ବଙ୍କର ଓ ପୋଷ୍ଟ ତିଆରି କରିବାକୁ ଚାହୁଁଛି । ଭାରତ ସମ୍ପୂର୍ଣ୍ଣ ଆଲର୍ଟ ରହିବା ବାୟୁସେନାକୁ ସମ୍ପୂର୍ଣ୍ଣ ଭାବେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.