Latest Odisha News

BREAKING NEWS

୨ରୁ ୩ଦିନ ଭିତରେ ଗଞ୍ଜାମରେ ବଢିପାରେ କରୋନା ସଂକ୍ରମଣ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋଭିଡ-୧୯ ସଂକ୍ରମଣ ମାମଲା ଆଗାମୀ ୨ରୁ ୩ଦିନ ମଧ୍ୟରେ ବୃଦ୍ଧି ପାଇବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ଦିନ କହିଛନ୍ତି।

ଜିଲ୍ଲାପାଳ ଆହୁରି ମଧ୍ୟ କହିଛନ୍ତି ଯେ ଡୋର୍ ଟୁ ଡୋର୍ ସ୍କ୍ରିନିଂ ଅଧିକ କରାଯାଉଥିବା ହେତୁ କରୋନାଭାଇରସ୍ ପଜିଟିଭ୍ ମାମଲା ଅଧିକ ବାହାରିପାରେ। ଏହାକୁ ଦୃଷ୍ଟିରେ ରଖି ଆଗାମୀ ୨ରୁ ୩ ଦିନ ମଧ୍ୟରେ କରୋନା ସଂକ୍ରମଣ ମାମଲା ସଂଖ୍ୟା ବଢିପାରେ।

ଏହାଛଡା ଜିଲ୍ଲାରେ ପଜିଟିଭ ମାମଲା ସଂଖ୍ୟା ବୃଦ୍ଧି ଯୋଗୁଁ ଲୋକମାନେ ଭୟଭୀତ ନହେବାକୁ ସେ ଆଶ୍ୱାସନା ଦେଇଛନ୍ତି। ଫ୍ଲୁ ଜନିତ ଲକ୍ଷଣ ଥିଲେ ଜିଲ୍ଲା ପ୍ରଶାସନକୁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି।

ଜିଲ୍ଲାରେ ଚାଲିଥିବା ପ୍ଲାଜମା ଥେରାପି ଭଲ ସୁଫଳ ଆଣୁଛି ବୋଲି ସେ ସୂଚନା ଦେଇଛନ୍ତି।

Comments are closed.