Latest Odisha News

BREAKING NEWS

ଓଡ଼ିଶାରୁ ପଶ୍ଚିମ ବଙ୍ଗକୁ ଟ୍ରେନରେ ଯାତ୍ରା କରୁଥିଲେ, ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ସୂଚନା…

ଭୁବନେଶ୍ୱର: ଜୁଲାଇ ମାସ ୨୫ ତାରିଖରୁ ୨୯ ତାରିଖ ଯାଏଁ ପଶ୍ଚିମ ବଙ୍ଗ ସରକାର ରାଜ୍ୟକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି। ଯେଉଁଥିପାଇଁ ଭାରତୀୟ ରେଳବାଇ ପକ୍ଷରୁ ଟ୍ରେନ ଚଳାଚଳ ନେଇ କିଛିଟା ପରିବର୍ତ୍ତନ କରାଯାଇଛି।

ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ କରାଯାଇଥିବା ବେଳେ କେତେକ ଆଂଶିକ ବାତିଲ ଓ ରହଣି ଅପସାରଣ କରାଯାଇଅଛି।

ବାତିଲ ହେଉଥିବା ଟ୍ରେନ …

୦୨୨୦୧/୦୨୨୦୨ ସିଆଲଦା-ଭୁବନେଶ୍ୱର-ସିଆଲଦା (କଲିକତା) ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ସିଆଲଦା ଠାରୁ ଜୁଲାଇ ମାସ ୨୭ ତାରିଖ (ସୋମବାର) ଦିନ ଏବଂ ଭୁବନେଶ୍ୱର ରୁ ଜୁଲାଇ ମାସ ୨୮ ତାରିଖ (ମଙ୍ଗଳବାର) ଦିନ ବାତିଲ ରହିବ।

ସେହିପରି, ୦୨୦୭୪/୦୨୦୭୩ ଭୁବନେଶ୍ୱର-ହାଓଡ଼ା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଜୁଲାଇ ମାସ ୨୫ ଓ ୨୯ ତାରିଖ ଦିନ ଉଭୟ ଦିଗରୁ ବାତିଲ ରହିବ।

୦୨୨୪୬/୦୨୨୪୫ ଯଶୋବନ୍ତପୁର-ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ସ୍ୱତନ୍ତ୍ର ଟ୍ରେନ ଯଶୋବନ୍ତପୁର ଠାରୁ ୨୮ ତାରିଖ ଦିନ ଏବଂ ହାଓଡ଼ା ଠାରୁ ୨୯ ତାରିଖ ଦିନ ଯାତ୍ରା ବାତିଲ କରିବ।

ଆଂଶିକ ବାତିଲ …

୦୨୭୦୩/୦୨୭୦୪ ହାଓ୍ବଡା-ସିକନ୍ଦରାବାଦ-ହାଓ୍ବଡା ଫଲକନାମା ଏକ୍ସପ୍ରେସ ୨୯ ଜୁଲାଇ ଦିନ ଉଭୟ ଦିଗରୁ ଭୁବନେଶ୍ୱର ଓ ହାଓ୍ବଡା ମଧ୍ୟରେ ବାତିଲ ରହିବ।

ଜୁଲାଇ ମାସ ୨୮ ତାରିଖ ଦିନ ସିକନ୍ଦରାବାଦ ରୁ ଛାଡ଼ିବାକୁ ଥିବା ୦୨୭୦୪ ସିକନ୍ଦରାବାଦ-ହାଓ୍ବଡା ସ୍ୱତନ୍ତ୍ର ଟ୍ରେନ ଭୁବନେଶ୍ୱର ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଭୁବନେଶ୍ୱର ଓ ହାଓ୍ବଡା ମଧ୍ୟରେ ୨୯ ତାରିଖ ଦିନ ବାତିଲ ରହିବ।

ଜୁଲାଇ ମାସ ୨୯ ତାରିଖ ଦିନ ହାଓ୍ବଡା ରୁ ଛାଡ଼ିବାକୁଥିବା ୦୨୭୦୩ ହାଓ୍ବଡା-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ ହାଓ୍ବଡା ଓ ଭୁବନେଶ୍ୱର ମଧ୍ୟରେ ବାତିଲ ରହିବ ଏବଂ ଏହା ହାଓ୍ବଡା ପରିବର୍ତ୍ତେ ଭୁବନେଶ୍ୱର ଠାରୁ ଛାଡି ସିକନ୍ଦରାବାଦକୁ ଯାତ୍ରା କରିବ।

ପଶ୍ଚିମ ବଙ୍ଗ ମଧ୍ୟରେ ଦୁଇଟି ଟ୍ରେନ ପାଇଁ ୨୯ ତାରିଖ ଦିନ ରହଣି ଅପସାରଣ …

୦୨୮୦୧/୦୨୮୦୨ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ୨୯ ଜୁଲାଇ ଦିନ ପୁରୁଲିଆ ଠାରେ ରହଣି କରିବ ନାହିଁ।

ସେହିପରି, ୦୨୮୨୩/୦୨୮୨୪ ଭୁବନେଶ୍ୱର-ନୂଆ ଦିଲ୍ଲୀ-ଭୁବନେଶ୍ୱର ଏସି ସ୍ୱତନ୍ତ୍ର ଟ୍ରେନ ଉଭୟ ପାର୍ଶ୍ୱରୁ ୨୯ ଜୁଲାଇ ଦିନ ହିଜଲୀ ଠାରେ ରହଣି କରିବ ନାହିଁ।

ଉପରୋକ୍ତ ଟ୍ରେନ ମାନଙ୍କର ଯାତ୍ରୀମାନେ ଏଭଳି ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କର ଯାତ୍ରା ଯୋଜନା ସ୍ଥିର କରିବାକୁ ପରାମର୍ଶ ଦିଆଯାଉଅଛି।

Leave A Reply

Your email address will not be published.