ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରଜନାଥ ସିଂ ‘ନ୍ୟାସନାଲ ୱାର ମେମୋରିଆଲ’ ଠାରେ ବୀର ସହିଦ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ତାଙ୍କ ସହ ଥିଲେ ଏମଓଏସ ଡିଫେନ୍ସ ଶ୍ରୀପଦ ନାୟକ ଏବଂ ତିନିଜଣ ସେବା ମୁଖ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
#WATCH Defence Minister Rajnath Singh, MoS Defence Shripad Naik and three service chiefs pay tribute at the National War Memorial on the 21st anniversary of India’s victory in the Kargil War pic.twitter.com/bN0ZkZxD8e
— ANI (@ANI) July 26, 2020
୧୯୯୯ ମସିହା ଆଜିର ଦିନରେ ଦୁଷ୍ଟ ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲେ ଆମ ଭାରତୀୟ ବୀର ମାନେ । କାଶ୍ମୀରର କାରଗିଲ୍ ଜିଲ୍ଲାରେ ୧୯୯୯ ମସିହା ମେ ୩ ତାରିଖ ରୁ ଜୁଲାଇ ୨୬ ତାରିଖ ଯାଏଁ ଚାଲିଥିଲା ଏହି ମହାସମର । ଭାରତର ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ପ୍ରମୁଖ ଯୁଦ୍ଧ। କାରଗିଲ୍ ଯୁଦ୍ଧକୁ ‘ଅପରେସନ୍ ବିଜୟ’ ନାମ ଦିଆଯାଇଥିଲା । ୧୯୯୯ ମସିହା ଜୁଲାଇ ୨୬ ତାରିଖ ଠାରୁ ଭାରତରେ ପ୍ରତି ବର୍ଷ ବିଜୟ ଦିବସ ପାଳନ କରାଯାଉଛି।
Comments are closed.