Latest Odisha News

BREAKING NEWS

ଜୁଲାଇ ୨୮ ପରେ ବଢିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଖରାର ପ୍ରଭାବ । ମୌସୁମୀ ଦୁର୍ବଳ ରହିଥିବା କାରଣରୁ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୮ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।ଯାହାପରେ ରାଜ୍ୟରେ ଧୀରେଧୀରେ ବର୍ଷାର ପରିମାଣ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବନୁମାନ କରାଯାଇଛି।

ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ମୌସୁମୀ ଟ୍ରଫ୍ ବର୍ତ୍ତମାନ ଉତ୍ତର ଆଡ଼କୁ ଗତି କରୁଛି। ଯେଉଁଥିପାଇଁ ଆସନ୍ତା ୨/୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ଦୁର୍ବଳ ରହିବ। ଏହି ସମୟରେ ରାଜ୍ୟରେ ବିଶେଷ ବର୍ଷା ହେବ ନାହିଁ।

ତେବେ ମଧ୍ୟ ଆଜି ଅପରାହ୍ନ ଯାଏଁ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ1 ସୂଚନା ଜାରି କରିଛି ବିଭାଗ। ଜୁଲାଇ ୨୮ ତାରିଖ ଦିନ ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି ହୋଇଛି। ଏହି ସମୟରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହେବାର ସମ୍ଭାବନା ରହୁଥିବା କୁହାଯାଇଛି ।

Leave A Reply

Your email address will not be published.