Latest Odisha News

BREAKING NEWS

କରୋନା ଭିତରେ ବ୍ୟାପକ ହେବ ରକ୍ତ ସଂଗ୍ରହ: ଓଡିଶା ମୋ ପରିବାର

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଭିତରେ ରକ୍ତ ସଂକଟ ସୃଷ୍ଟି ହୋଇଛି । ଓଡିଶାରେ ସାଢେ ୩ ଲକ୍ଷରୁ ୪ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକତା ରହୁଛି । ରାଜ୍ୟରେ ଦୁଇ ଲକ୍ଷ ୟୁନିଟ୍ ସ୍ୱେଚ୍ଛାକୃତ ଭାବେ ଆସିଥାଏ । ତେବେ କରୋନା ଭିତରେ ତାହା ପ୍ରଭାବିତ ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୋ ଓଡିଶା ପରିବାର ରକ୍ତଦାନ କାର୍ଯ୍ୟକ୍ରମ ସଂଚାଳନ କରିବ ବୋଲି କହିଛନ୍ତି ଓଡିଶା ମୋ ପରିବାର ସଂଯୋଜକ ଦେବୀ ମିଶ୍ର ।

ସେ କହିଛନ୍ତି ରାଜ୍ୟରେ ୮୦ ହଜାର ରକ୍ତ ଜନିତ ରୋଗୀ ଅଛନ୍ତି । ଏବଂ ରାଜ୍ୟରେ ୫୬ଟି ରକ୍ତ ଭଣ୍ଡାର ରହିଛି । ତେବେ ବର୍ତମାନ ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ରକ୍ତ ନାହିଁ । ରକ୍ତ ସଂଗ୍ରହକୁ ବ୍ୟାପକ କରିବାକୁ ମୋ ପରିବାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କଟକରେ ୭ ଦିନିଆ କ୍ୟାମ୍ପ ଆରମ୍ଭ ହୋଇଛି । ମାସକୁ ୩୫ ହଜାର ୟୁନିଟ୍ ରକ୍ତ ଆବଶ୍ୟକ । ବର୍ତମାନ ୬ ହଜାର ୟୁନିଟ୍ ରକ୍ତ ସଂଗ୍ରହ ହେଉଛି । ଜଣେ ବ୍ୟକ୍ତିର ଟ୍ରାଭେଲ ହିଷ୍ଟ୍ରି ଯାଂଚ କରିବା ପରେ ରକ୍ତ ସଂଗ୍ରହ କରାଯାଉଥିବା ମୋ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଅଧିକ ରକ୍ତର ଆବଶ୍ୟକତା ରହିଥିବା ସେ ସୂଚନା ଦେଇଛନ୍ତି ।

Comments are closed.