Latest Odisha News

BREAKING NEWS

ଓଡିଶାର କେଉଁସବୁ ଜିଲ୍ଲାରେ ବର୍ଷା ଆଶଙ୍କା ରହିଛି, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୪ଟି ସ୍ଥାନରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ରବିବାର ଦିନ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କଟକ, ଢେଙ୍କାନାଳ, କନ୍ଧମାଳ ଓ ସୁନ୍ଦରଗଡ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ବିଭାଗ ପକ୍ଷରୁ ଉକ୍ତ ଜିଲ୍ଲାଗୁଡିକରେ ଦିନ ୩ଟା ୩୦ମି. ଯାଏଁ ସତର୍କ ସୂଚନା ଜାରି କରାଯାଇଛି । ଏହି ସମୟରେ ଘଡଘଡି ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

ଅଧିକ ପଢନ୍ତୁ- ଜୁଲାଇ ୨୮ ପରେ ବଢିବ ବର୍ଷାର ପରିମାଣ: ପାଣିପାଗ ବିଭାଗ

Leave A Reply

Your email address will not be published.