Latest Odisha News

କରୋନା ଭାଇରସ : ଉତ୍ତରକୋରିଆରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେଲା

ପ୍ୟୋଙ୍ଗୟଙ୍ଗ: ଶେଷରେ ଉତରକୋରିଆରେ କରୋନା ପଂହଚିଲା । ରିପୋର୍ଟ ମୁତାବକ ଦକ୍ଷିଣ କୋରିଆରୁ ଜଣେ ବ୍ୟକ୍ତି ଉତରକୋରିଆ ଆସିବା ପରେ ତାଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ରାଷ୍ଟ୍ରପତି କିମ ଜୋଙ୍ଗ ଉନ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇବା ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ସରକାରୀ ରିପୋର୍ଟ ଅନୁସାରେ ଉତରକୋରିଆରେ ଏ ପର୍ଯ୍ୟନ୍ତ କରୋନା ରୋଗୀ ବାହାରି ନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଉତରକୋରିଆ ନିକଟରେ ରୁଷିଆ ଏବଂ ଅନ୍ୟ କେତେକ ଦେଶ ନିକଟରୁ କରୋନା ଟେଷ୍ଟ କିଟ୍ ଆମଦାନୀ କରିଛି । ଉତରକୋରିଆ ତାର ସମସ୍ତ ସୀମା ସିଲ୍ କରିଛି ।

Comments are closed.