Latest Odisha News

BREAKING NEWS

ଦୀଘାରୁ ମିଳିଲା ୭୮୬ କେଜି. ଓଜନର ମାଛ

ବାଲେଶ୍ୱର: ଓଡିଶା-ପଶ୍ଚିମବଙ୍ଗ ସୀମାବର୍ତ୍ତୀ ଦୀଘା ମୁହାଣରୁ ସୋମବାର ସକାଳେ ଏକ ବିରଳ ପ୍ରଜାତିର ମାଛକୁ ଉଦ୍ଧାର କରାଯାଇଛି।

ପ୍ରାପ୍ତ ସୂଚନାନୁଯାୟୀ ମତ୍ସଜୀବୀ ମାନେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିକଟ ଗଭୀର ସମୁଦ୍ରରୁ ଏହି ମାଛକୁ ଧରିଥିଲେ।

ଯାହାର ଓଜନ ପାଖାପାଖି ୭୮୬ କେଜି. ହୋଇଥିବା ବେଳେ ମାଛଟିକୁ ପଶ୍ଚିମବଙ୍ଗର ରାଣାଘାଟ ଅଞ୍ଚଳର ଏକ କମ୍ପାନୀ ପାଖାପାଖି ୫୦,୦୦୦ ଟଙ୍କାରେ କିଣିଥିବା ସୁତ୍ରରୁ ପ୍ରକାଶ ।

ତେବେ ଏହି ମାଛଟିକୁ ଦେଖିବା ପାଇଁ ଦୀଘା ଅଞ୍ଚଳରେ ଲୋକଙ୍କର ଖବ୍ ଭିଡ ଜମିଥିବା ପରିଲିକ୍ଷିତ ହୋଇଥିଲା।

Comments are closed.