Latest Odisha News

BREAKING NEWS

ଶ୍ରାବଣରେ ଜଳୁଛି ଓଡ଼ିଶା, ପାରଳାଖେମୁଣ୍ଡିରେ ପ୍ରଚଣ୍ଡ ଖରା

ଭୁବନେଶ୍ୱର: ଆଷଢ଼ ଯାଇ ଶ୍ରାବଣ ଆସିଲାଣି । ହେଲେ ବର୍ଷାର ଦେଖାନାହିଁ । ଶ୍ରାବଣରେ ଜଳୁଛି ଓଡ଼ିଶା । ରାଜ୍ୟରେ ମୌସୁମୀ ପ୍ରବେଶ କରିଛି ସତ । ହେଲେ ବର୍ଷା ଯେତିକି ହେବା କଥା ସେତିକି ମାତ୍ରାରେ ହୋଇନାହିଁ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେଉଛି ।

ଗତ ୨୪ ଖଣ୍ଡାରେ ରାଜ୍ୟର ୧୫ଟି ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରହିଛି । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । ସେଠାରେ ୩୭ ଡିଗ୍ରୀ ସେଲସିୟମ ତାପମାତ୍ରା ଥିବା ରେକର୍ଡ ହୋଇଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ୩୫.୯ ଡିଗ୍ରୀ ସେଲସିୟସ ଏବଂ କଟକରେ ୩୬.୨ ଡିଗ୍ରୀ ସେଲସିୟମ ତାପମାତ୍ରା ରେକର୍ଡ କରାଯାଇଛି। ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.