Latest Odisha News

ଚିନ୍ତାରେ ଚୀନ: ଶାଂଘାଇ ନିକଟରେ ଉଡିଲା ଆମେରିକାର ଫାଇଟର ଜେଟ

ସାଂଘାଇ: ଚୀନ ଏବେ ଚିନ୍ତାରେ । ଆମେରିକା କ୍ରମାଗତ ଭାବେ ଚୀନ ଉପରେ ଚାପ ପକାଇବାରେ ଲାଗିଛି । ରିପୋର୍ଟ ମୁତାବକ ଆମେରିକାର ଫାଇଟର ଜେଟ ସାଂଘାଇ ନିକଟରେ ଉଡିଥିଲା । ଚୀନର ଏହି ବ୍ୟବସାୟିକ ସହରଠାରୁ ଏହି ବିମାନ ମାତ୍ର ୧୦୦ କିଲୋମିଟର ଦୂରରେ ଉଡିଥିଲା । ତେବେ ଚୀନ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟକରଣ ଦିଆଯାଇ ନାହିଁ ।

ଚୀନ ସର୍ବଦା ତାଇୱାନ, ଫିଲପାଇନ୍ସ ଓ ମାଲେସିଆ ପରି ଛୋଟ ଦେଶକୁ ଫାଇଟର ଜେଟ ଉଡାଇ ଧମକ ଦେଇଥାଏ । ଆମେରିକା ଏବେ ସେହି ଭାଷାରେ ଚୀନକୁ ଧମକ ଦେଇଛି । ଚୀନର ରକ୍ଷା ବିଶେଷଜ୍ଞ ମଧ୍ୟ ଆମେରିକା ପଦକ୍ଷେପ ନେଇ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

Comments are closed.