Latest Odisha News

ଗଜପତି ଜିଲ୍ଲା ସପ୍ତାହରେ ୪ଦିନ ସଟଡାଉନ୍, ୩ ଦିନ ଲକଡାଉନ୍

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ବଢୁଥିବାରୁ ଜିଲ୍ଲାରେ ସପ୍ତାହରେ ଚାରି ଦିନ ସଟଡାଉନ୍ ଓ ତିନି ଦିନ ଲକଡାଉନ ଜାରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ।

ଗୁରୁବାରଠାରୁ ରବିବାର ପର୍ଯ୍ୟନ୍ତ ସଟଡାଉନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ସେହିପରି ସୋମବାରଠାରୁ ବୁଧବାର ଯାଏଁ ଜାରି ହେବ ଲକ୍‌ଡାଉନ କଟକଣା । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସବା ଯାଏଁ ପ୍ରତ୍ୟେକ ସପ୍ତାହରେ ଏହା କାର୍ଯ୍ୟକାରୀ ହେବ ।

ଗଜପଜି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ନୂଆ ୮୯ ଜଣ ଆକ୍ରାନ୍ତ । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ପଜିଟିଭ୍ କେସ୍ ୧ ହଜାର ୧୪୫କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.