Latest Odisha News

BREAKING NEWS

କରୋନାକୁ ମାତ୍ ଦେଲେ ଗଂଜାମର ୮୫ ବର୍ଷିୟ ବୃଦ୍ଧ

ବ୍ରହ୍ମପୁର: କରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷରେ ରହିଛି ଗଂଜାମ । ଜିଲ୍ଲାରେ ଆଜି ୨୪୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରୁ ଆସିଛି ସାରା ରାଜ୍ୟ ପାଇଁ ଉଦାହରଣ ସାଜିଲା ଭଳି ଖବର । କରୋନାକୁ ମାତ୍ ଦେଇଛନ୍ତି ଜଣେ ୮୫ ବର୍ଷୀୟ ବୃଦ୍ଧ । ଏହି ବୃଦ୍ଧଙ୍କ ଆଗରେ ହାର ମାନିଛି କରୋନା ମହାମାରୀ ।

ଜିଲ୍ଲାର କୁକୁଡାଖଣ୍ଡି ବ୍ଳକ୍ ଦକ୍ଷିଣପୁର ପଂଚାୟତର ୮୫ ବର୍ଷିୟ ଅଭିମନ୍ୟୁ ସାହୁ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି । ଆଜି ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ବିଡିଓ ଓ ମେଡିକାଲ ଅଧିକାରୀ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି । ଦୃଢ ମନୋବଳ ଓ ଇଛାଶକ୍ତି ପାଇଁ କରୋନାକୁ ମାତ୍ ଦେଇଛନ୍ତି ୮୫ ବର୍ଷିୟ ଅଭିମନ୍ୟୁ ସାହୁ । ଅଭିମନ୍ୟୁଙ୍କ ସୁସ୍ଥ ହେବାର ଖବର ଜିଲ୍ଲା ପ୍ରଶାସନ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି ।

Leave A Reply

Your email address will not be published.