ନୂଆଦିଲ୍ଲୀ:ନୂତନ ଜାତୀୟ ଶିକ୍ଷାନୀତିକୁ ମିଳିଛି କ୍ୟାବିନେଟ ମୋହର । ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ନାମ ପରିବର୍ତ୍ତନ କରି ଶିକ୍ଷା ମନ୍ତ୍ରାଳୟ କରିବାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଏହାସହ କେନ୍ଦ୍ର କ୍ୟାବିନେଟ୍ ନୂତନ ଶିକ୍ଷାନୀତିକୁ ମଧ୍ୟ ଅନୁମୋଦନ ଦେଇଛି।
ଆଜି ଅପରାହ୍ଣରେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ ଏ ସଂକ୍ରାନ୍ତରେ ଔପଚାରିକ ଭାବେ ଘୋଷଣା କରାଯିବ।
୧୯୮୬ରେ ପ୍ରଥମେ ପ୍ରସ୍ତୁତ ହୋଇଥିବା ଏବଂ ୧୯୯୨ରେ ପରିବର୍ତ୍ତନ ହୋଇଥିବା ଜାରତୀୟ ଶିକ୍ଷା ନୀତି (ଏନ୍ଇପି) ସ୍ଥାନରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ କରାଯିବା ନେଇ ସୂଚନା ମିଳିଛି।
ଭାରତୀୟ ଶିକ୍ଷା ଢାଞ୍ଚାର ନବୀକରଣ କରିବା ଏହି ଶିକ୍ଷାନୀତିର ପ୍ରଧାନ ଲକ୍ଷ୍ୟ। ୨୦୨୫ ସୁଦ୍ଧା ପ୍ରାକ୍-ପ୍ରାଥମିକ ଶିକ୍ଷାକୁ ଜାଗତିକ କରିବା ନୂଆ ଶିକ୍ଷାନୀତିର ଲକ୍ଷ୍ୟ।
Comments are closed.