Latest Odisha News

BREAKING NEWS

ହାତଗୋଡ ବନ୍ଧା ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଖୋର୍ଦ୍ଧା: ଉଦ୍ଧାର ହୋଇଛି ହାତଗୋଡ ବନ୍ଧା ଏକ ଅର୍ଦ୍ଧଦଗ୍ଧ ମୃତ ଦେହ । ମୃତକ ଜଣକ ଜଣେ ୨୫ ବର୍ଷିୟ ମହିଳା ବୋଲି ଜଣାପଡିଛି । ଗୋଶାଳା ହେଲିପ୍ୟାଡ ନିକଟରେ ଥିବା ଏଖ ଅର୍ଦ୍ଧ ନିର୍ମିତ ଘରୁ ଖୋର୍ଦ୍ଧା ପୋଲିସ ମୃତଦେହକୁ ଉଦ୍ଧାରକ ରିଛି ।

ମୃତ ମହିଳାଙ୍କ ପ୍ରାୟ ଦେହର ୮୦ରୁ ୯୦ ପ୍ରତିଶତ ପୋଡି ଯାଇଛି । ତାଙ୍କ ହାତରେ ଗୋପୀ ଲେଖା ହୋଇଛି । ସେ ଜଣେ ତେଲୁଗୁ ମହିଳା ହୋଇଥିବା ବୋଲି ପୋଲିସ ଅନୁମାନ କରୁଛି । ଖୋର୍ଦ୍ଧା ଟାଉନ ଥାନା ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରୀରଖିଛି। ମୃତ ମହିଳାଙ୍କୁ ଚିହ୍ନଟ କରି ପୋଲିସର ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିବାକୁ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ ନିବେଦନ କରିଛନ୍ତି।

Leave A Reply

Your email address will not be published.