Latest Odisha News

BREAKING NEWS

ରାମମନ୍ଦିରରେ ପଂହଚିଲା କରୋନା: କନିଷ୍ଠ ପୁରୋହିତ, ୧୬ ପୋଲିସ କର୍ମୀ ସଂକ୍ରମିତ

ଅଯୋଧ୍ୟା: ରାମମନ୍ଦିର ଭୂମି ପୂଜନ ପୂର୍ବରୁ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । କନିଷ୍ଠ ପୁରୋହିତ ପ୍ରଦୀପ ଦାସଙ୍କ ସମେତ ନିୟୋଜିତ ୧୬ ପୋଲିସ କର୍ମୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ରାମମନ୍ଦିର ଭୂମି ପୂଜନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୫୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ପ୍ରଦୀପ ଅଯୋଧ୍ୟାର ମୁଖ୍ୟ ପୁରୋହି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଶିଷ୍ୟ । ପ୍ରଦୀପ ଏବଂ ପୋଲିସ କର୍ମୀଙ୍କୁ ହୋମ ଆଇସୋଲେଶନରେ ରଖା ଯାଇଛି । ଭୂମି ପୂଜନ କାର୍ଯ୍ୟକ୍ରମରେ କରୋନା ମହାମାରୀ ପାଇଁ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ଲକ ତିଆରି କରାଯିବ ।

Leave A Reply

Your email address will not be published.