ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶରୁ ନାଇଟ୍ କର୍ଫ୍ୟୁ ହଟାଇଥିଲେ ବି ରାଜ୍ୟରେ କିନ୍ତୁ ଏହା ଜାରି ରହିବ । ଅର୍ଥାତ ସାରା ରାଜ୍ୟରେ ରାତ୍ରି କଟକଣାକୁ ଜାରି ରଖିଛନ୍ତି ସରକାର । ପ୍ରତିଦିନ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଲାଗୁ ହେବ । ଏହି ସମୟରେ ସମସ୍ତ ପ୍ରକାରର ଗମନାଗମନ ବନ୍ଦ ରହିବ ।
ଦୋକାନ ବଜାର ରାତି ୯ଟା ବାଜିଲେ ବନ୍ଦ ହେବ । ପୁଣି ତା ପର ଦିନ ସକାଳ ୫ଟା ପରେ ଖୋଲା ହେବ । ସେହିପରି ଗାଡି ମଟର ଯାଆସ ଉପରେ ବି କଟକଣା ଲାଗିଛି । ତେବେ ରାତ୍ରିକାଳୀନ କର୍ଫ୍ୟୁରେ ଜରୁରୀ ସେବାକୁ ବାଦ୍ ଦିଆଯାଇଛି । ଏହି ସମୟରେ ମେଡିକାଲ, ବିଦ୍ୟୁତ ସେବା , ଦମକଳ ଭଳି ଅତ୍ୟାବଶ୍ୟକ ସେବା ଜାରି ରହିବ । ଅଗଷ୍ଟ ୩୧ ପର୍ଯ୍ୟନ୍ତ ଗାଇଡଲାଇନ୍ ଜାରି ସରକାର ଏହି ସୂଚନା ଦେଇଛନ୍ତି ।
Comments are closed.